ବାଲି ଚୋରାଚାଲାଣ ବେଳେ ବାଲି ମାଫିଆ ଓ ଖଣି ଅଧିକାରୀ ମୁହାଁମୁହିଁ
by Argus News
Sun, Mar 24 | 2:21 p.m.

ବ୍ରହ୍ମପୁର: ବାଲି ଚୋରାଚାଲାଣ ବେଳେ ମୁହାଁମୁହିଁ ହୋଇଛନ୍ତି ବାଲି ମାଫିଆ ଓ ଖଣି ଅଧିକାରୀ । ଚଢ଼ଉ ବେଳେ ଅଘଟଣ । ଜେସିବି ଡ୍ରାଇଭର ତରବରରେ ଜେସିବି ଛାଡି ଯିବାବେଳେ ଜେସିବି ବାଜିଲା ଖଣି ଅଧିକାରୀଙ୍କ ଗାଡ଼ିକୁ । ଅନ୍ୟପଟେ ଚଢ଼ାଉ କରିଥିବା ଖଣି ଅଧିକାରୀଙ୍କ ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଋଷିକୁଲ୍ୟା ପୋଲ ନିକଟ ନ‌ଦୀପଠାରେ ଶନିବାର ଏହି ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । 

ଶନିବାର ବ୍ରହ୍ମପୁରରୁ ଇସ୍ପାତ ଓ ଖଣି ବିଭାଗ ଅଧିକାରୀ କୀର୍ତ୍ତିରଞ୍ଜନ ସେଠିଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ, ସଶସ୍ତ୍ର ପୁଲିସ ସକାଳ ୭ଟା ବେଳେ ଚଢ଼ଉ କରିଥିଲେ । ଚଢ଼ଉ କରିବାକୁ ଯାଇଥିବା ଟିମ୍ ଜେସିବି ଓ କିଛି ଟ୍ରାକ୍ଟର୍‌ ଜବତ କରି ଥାନାକୁ ନେବା ବେଳେ ବାଲିମାଫିଆ ଓ ଗ୍ରାମବାସୀ ବଳପୂର୍ବକ ଅଟକାଇଥିଲେ । ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସାଙ୍ଗକୁ ତାଙ୍କ ଗାଡ଼ି ଡ୍ରାଇଭର ବିକ୍ରମ ନାହାକଙ୍କୁ କେତେକ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଖଣି ଅଧିକାରୀ ଶ୍ରୀ ସେଠି । ଲୋକଙ୍କ ବିରୋଧ ଯୋଗୁଁ ବାଧ୍ୟ ହୋଇ ପୁଲିସ ଗାଡ଼ିରୁ ଓହ୍ଲାଇଯିବା ପରେ ମାଫିଆମାନେ ଜବତ ହୋଇଥିବା ଜେସିବିକୁ ନେଇ ଯାଇଥିଲେ । ଅନ୍ୟପକ୍ଷରେ ତୋଫାନ ଦାସ ନାମକ ଜଣେ ଯୁବକ ପୁଲିସ ପ୍ରଥମେ ତାଙ୍କୁ ମାଡ଼ ମାରିବା ପରେ ଏହିପରି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପାଲଟା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।

ଆହୁରି ପଢନ୍ତୁ ଅପରାଧ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ