ସୁଆଦିଆ ସରସତିଆ: ବାସ୍ନା ଯେମିତି, ସୁଆଦ ସେମିତି
by Argus News
Wed, Apr 17 | 8:45 p.m.

 ସମ୍ବଲପୁର:  ଆପଣ ଦେଖୁଥିବା ଜାଲ ଭଳି ଦିଶୁଥିବା ତିନିକୋଣିଆ ମିଠା ଟି ସରସତିଆ  ବାସ୍ନା ଯେମିତି, ସୁଆଦ ସେମିତି। ଆପଣ ବି ପଡ଼ିଯିବେ ସରସତିଆ ପ୍ରେମରେ। ସରସତିଆର ଯାଦୁଗର ମିଞ୍ଚୁ କାକା।୧୫୦ ବର୍ଷରୁ ଉର୍ଦ୍ଧ ଦିନ ଧରି ତିଆରି କରିଆସୁଛନ୍ତି ସରସତିଆ। ଆଉ ଏହି ସରସତିଆ କୁ ଥରେ ଯିଏ ଖାଇଛି ସେ ତାର ମଜା ନେଇଛି... ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ମିଳୁଛି ସରସତିଆ। ପ୍ରଭୁଲାଲ ଗୁପ୍ତା ଓ ତାଙ୍କ ପତ୍ନୀ ପ୍ରସ୍ତୁତ କରିଥାନ୍ତି  ସରସତିଆ।  । ଏହା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ ରୁ ତିଆରି ହୋଇନଥାଏ।  ଗଞ୍ଜେର ନାମକ ଏକ ଗଛର ଅଠାରୁ ତିଆରି ହୋଇଥାଏ ସରସତିଆ । ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିବା ବେଳେ ଏହାର ଦାମ ମାତ୍ର ୧୦ ଟଙ୍କା। ତେଣୁ ଏହି ମିଠାକୁ ଖାଇବାକୁ ସକାଳୁ ଜମିଥାଏ ପ୍ରଭୁଲାଲ ଙ୍କ ଦୋକାନ ରେ ଭିଡ ।
 
ପ୍ରଭୁଲାଲ ଗୁପ୍ତା  ହି କାମ ପାଇଁ ସେ କୌଣସି ପିଲା ରଖିନଥିବା ବେଳେ ତାଙ୍କ ପରିବାର ଲୋକ ମିଶି ପ୍ରସ୍ତୁତ କରିଥାନ୍ତି  ।  ପ୍ରଭୁଲାଲ ଙ୍କ କହିବା ମୁତାବକ ଦେଶ ବିଦେଶରେ ରହିଛି ଏହାର ଚାହିଦା ।ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ।ସମ୍ବଲପୁର ଛଡା ଏହି ମିଠା ଅନ୍ୟ କେଉଁଠି ମିଳୁନଥିବା ବେଳେ ଏହି ପ୍ରସିଦ୍ଧ ସରସତିଆ ମିଠାକୁ ଜିଆଇ ଟ୍ୟାଗ ମାନ୍ୟତା ମିଲୁ ବୋଲି ଦାବି କରିଛନ୍ତି। ଭାଷା ସଂସ୍କୃତି ଓ ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁର ସହରର ଆଉ ଏକ ପରିଚୟ ସାଜିଛି ସରସତିଆ । ଯିଏ ଥରେ ଖାଇଛି ଏହାର ମଜା ନେଇଛି।
 ଅଧିକ ପଢନ୍ତୁ ଓଡ଼ିଶା ଖବର   

HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ