ସରସତିଆ ମିଠା:  ବାସ୍ନା ଯେମିତି, ସୁଆଦ ସେମିତି 
by Argus News
Tue, Apr 16 | 1:13 p.m.

ସମ୍ବଲପୁର :  ଆପଣ  ଚିତ୍ରରେ ଦେଖୁଥିବା  ଜାଲ ଭଳି ତିନିକୋଣିଆ ମିଠା ଟି ସରସତିଆ।   ବାସ୍ନା ଯେମିତି, ସୁଆଦ ସେମିତି। ଆପଣ ବି ପଡ଼ିଯିବେ ସରସତିଆ ପ୍ରେମରେ। ସରସତିଆର ଯାଦୁଗର ମିଞ୍ଚୁ କାକା।୧୫୦ ବର୍ଷରୁ ଉର୍ଦ୍ଧ ଦିନ ଧରି ତିଆରି କରିଆସୁଛନ୍ତି ସରସତିଆ। ଆଉ ଏହି ସରସତିଆ କୁ ଥରେ ଯିଏ ଖାଇଛି ସେ ତାର ମଜା ନେଇଛି।  ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ମିଳୁଛି ସରସତିଆ। ପ୍ରଭୁଲାଲ ଗୁପ୍ତା ଓ ତାଙ୍କ ପତ୍ନୀ ପ୍ରସ୍ତୁତ କରିଥାନ୍ତି  ସରସତିଆ।  ଏହା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ ରୁ ତିଆରି ହୋଇନଥାଏ।  ଗଞ୍ଜେର ନାମକ ଏକ ଗଛର ଅଠାରୁ ତିଆରି ହୋଇଥାଏ ସରସତିଆ ।

ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିବା ବେଳେ ଏହାର ଦାମ ମାତ୍ର ୧୦ ଟଙ୍କା। ତେଣୁ ଏହି ମିଠାକୁ ଖାଇବାକୁ ସକାଳୁ ଜମିଥାଏ ପ୍ରଭୁଲାଲ ଙ୍କ ଦୋକାନ ରେ ଭିଡ... ପ୍ରଭୁଲାଲ ଗୁପ୍ତା  ହି କାମ ପାଇଁ ସେ କୌଣସି ପିଲା ରଖିନଥିବା ବେଳେ ତାଙ୍କ ପରିବାର ଲୋକ ମିଶି ପ୍ରସ୍ତୁତ କରିଥାନ୍ତି  ।  ପ୍ରଭୁଲାଲ ଙ୍କ କହିବା ମୁତାବକ ଦେଶ ବିଦେଶରେ ରହିଛି ଏହାର ଚାହିଦା ।ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ।ସମ୍ବଲପୁର ଛଡା ଏହି ମିଠା ଅନ୍ୟ କେଉଁଠି ମିଳୁନଥିବା ବେଳେ ଏହି ପ୍ରସିଦ୍ଧ ସରସତିଆ ମିଠାକୁ ଜିଆଇ ଟ୍ୟାଗ ମାନ୍ୟତା ମିଲୁ ବୋଲି ଦାବି କରିଛନ୍ତି। ଭାଷା ସଂସ୍କୃତି ଓ ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁର ସହରର ଆଉ ଏକ ପରିଚୟ ସାଜିଛି ସରସତିଆ । ଯିଏ ଥରେ ଖାଇଛି ଏହାର ମଜା ନେଇଛି। 

ଅଧିକ ଦେଖନ୍ତୁ :
 

SHAH
now
୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି: ଶାହ
ଅର୍ଗସ ବ୍ୟୁରୋ: ଅଇଁଠାପାଲିରେ ବିଜେଡିକୁ ଟାର୍ଗେଟ କଲେ ଅମିତ ଶାହା ଓଡିଶାରେ ହେବ ବିଜେପି ସରକାର । ୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି
EYE
20m ago
ସୂର୍ଯ୍ୟକିରଣ ଆଖି ପାଇଁ କେତେ କ୍ଷତିକାରକ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ପ୍ରଚଣ୍ଡ ଉତ୍ତାପ ଏବଂ ସୂର୍ଯ୍ୟକିରଣ ଯୋଗୁଁ ଆଖି ସଂକ୍ରମଣର ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆସନ୍ତୁ ଜାଣିବା କିପରି ଅଧିକ ଗରମ ହେବା ଦ୍ୱାରା ଆଖିକ
ଛାତ୍ରଙ୍କ ଉତ୍ତର
20m ago
ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ
ଅର୍ଗସ ବ୍ୟୁରୋ : ଭାଇରାଲ ହେଉଛି ଛାତ୍ରଙ୍କ ପ୍ରଶ୍ନର ଉତ୍ତର । ଯେଉଁଥିରେ ସେ ଏମିତି ଉତ୍ତର ଲେଖିଛନ୍ତି ଯେ , ଶିକ୍ଷକ ତାର ବୁଦ୍ଧିପାଇଁ ତାଙ୍କୁ ୫ ମାର୍କ ଦେଇଛନ୍ତି । ସେହି ଉତ୍ତର ଏବ