ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ ସାହୁ 
by Argus News
Sun, Apr 14 | 1:03 p.m.

ନୂଆପଡା:  ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ଆଜି ବିଦ୍ଧି ବଦ୍ଧ ଭାବେ ସେ ଇସ୍ତଫା ପତ୍ର ଦଳର ସୁପ୍ରିମୋକୁ ଇମେଲ ଯୋଗେ ପଠେଇଛନ୍ତି ।

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରି ଦେଲେ ଇସ୍ତଫା । ପୂର୍ବରୁ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତି ଏବଂ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ ସରୋଜ ସାହୁ । ଇମେଲ ଯୋଗେ ଇସ୍ତଫା ପତ୍ର ପଠାଇବା ସହ ମନ୍ତ୍ରୀଙ୍କ ବିରୋଧରେ 11 ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପଠାଇଛନ୍ତି । 

ପୂର୍ବରୁ ସରୋଜ ସାହୁ ବିଜେଡି ଦଳରେ କାମ କରି ସଂଗଠନକୁ ମଜବୁତ କରିଥିଲେ । ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେବା ସହ ଉଚିତ ସମ୍ମାନ ଦେଇନଥିବାରୁ ଆଜି ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ସରୋଜ ସାହୁ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ