ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ
by Argus News
Thu, Jul 04 | 6:43 p.m.

ଭୁବନେଶ୍ବର : ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ବାଇଁ। ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ ଚେସ ବିଶ୍ବକପରେ ଅଂଶଗ୍ରହଣ କରି ଅଣ୍ଡର 8 ବିଭାଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ପୂର୍ବରୁ ଜାତୀୟ ସ୍ତରରେ ଅନେକ ପଦକ ଜିତିବା ପରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତି ସୁନାମ ଅର୍ଜନ କରିଛନ୍ତି।

ଅଧିକ ପଢନ୍ତୁ କ୍ରୀଡା ଖବର

ତେବେ ସାତ୍ତ୍ଵିକ 1567 ପଏଣ୍ଟ ହାସଲ କରି ଆଜାଦ ଖୁଦୁଜା ଦେଙ୍କୁ ପରାସ୍ତ କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ତେବେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବା ପରେ ନିଜ ପ୍ରଦର୍ଶନକୁ ନେଇ ଖୁସିଥିବା କହିଛନ୍ତି ସାତ୍ତ୍ଵିକ। ପୁଅର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସାତ୍ତ୍ଵିକଙ୍କ ବାପା ମା । ସେପଟେ ସାତ୍ତ୍ଵିକ ପଢ଼ୁଥୁବା ଡିଏଭି ସ୍କୁଲର ଶିକ୍ଷକ ଏବଂ ଚେସ୍ ଆସୋସିଏସନର ସଦସ୍ୟ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

SUDARSHAN
11m ago
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଅର୍ଗସ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମା
SALMAN KHAN
20m ago
ସ୍ୱାମୀଙ୍କ କେକ୍‌ କାଟିବା ପରେ ପାଦ ଛୁଇଁଲେ ସାକ୍ଷୀ, ଭାଇରାଲ ହେଉଛି ଭିଡିଓ...
ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ତାଙ୍କର ଜନ୍ମଦିନ। ୪୩ ବର୍ଷ ବୟସରେ ପାଦ ଥାପିଛନ୍ତି ମାହି। ସେ ତାଙ୍କ ଜନ୍ମଦିନକୁ ବଲିଉ
ବିଏମ୍ସି
44m ago
ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି
ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରର