SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ
by Argus News
Wed, Jan 24 | 8:23 a.m.

କଟକ: SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ । ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଡା. ମହାରଣା । କିଛିଦିନ ତଳେ ସେ ୨ୟ ଥର ମସ୍ତିଷ୍କଘାତର ଶିକାର ହୋଇ କଟକର ‌ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗଲା ୨୦ ତାରିଖ ଦିନ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍‌ସିବି ଅଧୀକ୍ଷକ ତଥା ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । 

ତାଙ୍କ ଶେଷଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର କିରଣବାଳା ଭଣ୍ଡାରି, ଝିଅ ଡାକ୍ତର ରୁବି ମହରଣା, ପୁଅ ରବି ମହାରଣାଙ୍କ ସମେତ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ପ୍ରସନ୍‌ଜିତ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କଟକ ବାସେଳିସାହି ରେ ୧୯୫୫ ଏପ୍ରିଲ ୨୬ ତାରିଖରେ ଭୁବନାନନ୍ଦ ଜନ୍ମଗ୍ରହଣ କରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

METEOROLOGICAL
9m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
14m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର