ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରରେ ବୋମା ଆତଙ୍କ, ଚାଲିଛି ଖାନତଲାସି
by Argus News
Thu, Oct 24 | 4:02 p.m.

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ । ଧମକପୂର୍ଣ୍ଣ କଲ୍ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି ହୋଇଛି । ବିମାନ ବନ୍ଦରରେ କଡାକଡି ଯାଞ୍ଚ କରାଯାଉଛି । 

ସେହିପରି ଝାରସୁଗୁଡା ବିମାନବନ୍ଦରରେ ମଧ୍ୟ ବୋମା ଆତଙ୍କ । ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ପରେ ଖାନତଲାସି କରାଯାଉଛି । ଝାରସୁଗୁଡ଼ା - ବାଙ୍ଗାଲୁରୁ ବିମାନ(6E-128)ରେ ବୋମା ଥିବା ଖବରପାଇ ଆଶଙ୍କାରେ ବିମାନରେ ଖାନତଲାସ କରାଯାଉଛି । ଦିନ ସାଢେ଼ ୩:୩୦ ସୁଦ୍ଧା ବିମାନ ଉଡାଣ କରିପାରି ନାହିଁ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିନଥିଲେ ହେଁ ଜରୁରୀ କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବିତ ହୋଇଥିବା ନେଇ ସୁରକ୍ଷା ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ଆଜି ଦିନ 12ଟା 35 ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବାବେଳେ 1ଟା 10 ମିନିଟରେ ଛାଡିବାର୍ ଥିଲା । କିନ୍ତୁ ବୋମା ଥିବା ସୂଚନା ମିଳିବାପରେ ବିମାନକୁ ଅଟକାଇ ତନ୍ନ ତନ୍ନ କରି ସିକ୍ୟୁରିଟି ଯାଞ୍ଚ କରାଯାଇଥିବାବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉ ଥରେ ଯାଞ୍ଚ କରାଯାଇଥିଲା । ତେବେ ବିମାନରୁ ସେଭଳି କୌଣସି ବୋମା କିମ୍ବା ଆପତ୍ତି ଜନକ ଜିନିଷ ମିଳି ନଥିବା ନେଇ ସୂଚନା ମିଳିଛି ।

ସେପଟେ ବାତ୍ୟା ଦାନା ପାଇଁ ଭୁବନେଶ୍ବରରେ ବିମାନସେବା ପ୍ରଭାବିତ ହୋଇଛି । ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ । ଆଜି କ୍ବାଲାଲାମ୍ପପୁରକୁ ବିମାନ ସେବା ବନ୍ଦ ରହିବ । ଭୁବନେଶ୍ବରରେ ପବନର ବେଗ ୩୫ ରୁ ୪୦ MPH ରହିବ । ଏହି ତୀବ୍ରତାରେ ବିମାନ ଉଡ଼ିବା ସୁରକ୍ଷିତ ନୁହେଁ । ଆଜି ସନ୍ଧ୍ୟା ୫ ରୁ କାଲି ସକାଳ ୯ ପର୍ଯ୍ୟନ୍ତ ବିମାନ ବନ୍ଦ ରହିବ । 

ବାତ୍ୟା ଏବେ କେଉଁଠି, ପ୍ରତିଟି ବ୍ରେକିଂଙ୍ଗ ପାଇଁ ଦେଖନ୍ତୁ ଅର୍ଗସ୍‌
 

ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କର
CYCLONE DANA
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ
ବାତ୍ୟା ମୁକାବିଲା ପାଇଁ
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ