ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ
by Argus News
Sun, Apr 21 | 8:34 p.m.

ଖୋର୍ଦ୍ଧା:  ଅବକାରୀ ବିଭାଗକୁ ସଫଳତା । ନିର୍ବାଚନ ପୂର୍ବରୁ ଧରା ପଡିଲା ବିପୁଳ ପରିମାଣର ଦେଶୀ ରନ୍ଧାମଦ । ଆଠଗଡ  ଅଞ୍ଚଳ ପାଲଟିଛି ଦେଶୀ ମଦର ପେଣ୍ଠସ୍ଥଳୀ। ଆଉ ଆଠଗଡର ଦେଶୀ ମଦ ଗଳାବାଟ ଦେଇ ପହଞ୍ଚୁଛି ଖୋର୍ଦ୍ଧା ଜିଲ୍ଲାରେ। ଏବଂ ବିପୁଳ ମାତ୍ରାରେ ଦେଶୀ ମଦ ପହଞ୍ଚି ବ୍ୟବସାୟ ହେଉଛି। ଆଜି ବିଶେଷ ସୂତ୍ର ରୁ ଖବର ପାଇଁ ବେଗୁନିଆ ଅବକାରୀ ବିଭାଗ ଚଢାଉ କରି ଶହଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିବା ସମର୍ଥ ହୋଇଛି ଅବକାରୀ ବିଭାଗ। ଅବକାରୀ ଥାନା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଁ ଆଜି କଳାପଥର ଠାରେ ବେଗୁନିଆ ଅବକାରୀ ଅଧିକାରୀ ଏନ ଜାଗିନ ରାଓ ଛକି ବସିଥିଲେ।

ସେ ସମୟରେ  ଏକ ବୋଲୋର ପିକପ  OD 33Ac 9873  ରେ ୨୨ ଟି  ୩୫ ଲିଟର ବାରେଲ ରେ ୭୭୦ ଲିଟର ଦେଶୀ ମଦ ଯାଉଥିବା ବେଳେ କଳାପଥର ଠାରୁ ପିଛାକରି  ଅବକାରୀ ଅଧିକାରୀ ଗାଡିକୁ ବଡବେରଣା କୁଶୁପଲ୍ଲା ଦେଇ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରେ କାବୁ କରିଥିଲେ। ଘଟଣାସ୍ଥଳରୁ  ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ଅବକାରୀ ଅଧିକାରୀ ଡ୍ରାଇଭର ଙ୍କୁ କାବୁ କରିଥିଲେ। ଡ୍ରାଇଭର ଜଣକ ନୂଆ ତିଗିରିଆ ଅଚଂଳ ର ଜଗଦୀଶ ମହାନ୍ତି ବୋଲି ଜଣାପଡିଛି। ତେବେ ନିର୍ବାଚନ ପୂର୍ବରୁ ଅବକାରୀ ଥାନା ମାନଙ୍କୁ ଅବକାରୀ କମିଶନର ଅବକାରୀ ଚୋରାଚାଳଣ ଉପରେ ତ୍ରୀକ୍ଷ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିବା  ବେଗୁନିଆ ଅବକାରୀ ପୂର୍ବରୁ ବିଭିନ୍ନ ଯାଗାରେ ଚଢାଉ କରି ବିପୁଳ ମଦ ଜବତ କରୁଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ