70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର
by Argus News
Mon, Oct 28 | 1:35 p.m.

ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ। ଆସନ୍ତା ୨୯ ତାରିଖରୁ ସାରାଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ ପିଏମ୍। ଓଡ଼ିଶା ବି ଏଥିରେ ହେବାକୁ ଯାଉଛି ସାମିଲ। ଗତ ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନା ଉପରେ ମୋହର ଲଗାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗରିବରୁ ଧନୀ ସମସ୍ତ ୭୦ ପାର ଲୋକଙ୍କୁ ମିଳିବ ଏହି ଯୋଜନାରୁ ଫାଇଦା। ବର୍ଷକୁ ୫ ଲକ୍ଷ ଟଙ୍କାର ମିଳିବ ମାଗଣା ସ୍ବାସ୍ଥ୍ୟ ସେବା। 

ଏଥିସହ ଅକ୍ଟୋବର ୨୯ରେ ଭିଡିଓ କନଫରେନସ୍ ମାଧ୍ୟମରେ ଖୋର୍ଦ୍ଧା ଚନ୍ଦକା ଥାନା ବିଞ୍ଜଗିରି କେନ୍ଦ୍ରୀୟ ଯୋଗ ଓ ନେଚରପାଥୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଗୋଠପାଟଣାରେ ଇଷ୍ଟର୍ଣ୍ଣ ଜୋନ ଡ୍ରଗ୍ସ ଟେଷ୍ଟିଂ ୟୁନିଟ ପ୍ରତିଷ୍ଠା, ଓ ବରଗଡରେ ଏକ କ୍ରିଟିକାଲ କେୟାର ହେଲଥ୍ କେୟାର ୟୁନିଟ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। କିନ୍ତୁ ଜୁନ୧୨ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ସହ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବାଟ ଫିଟିଥିଲା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ଓଡ଼ିଶାର ପ୍ରାୟ ୧କୋଟି ପରିବାରର ସାଢେ ୩ କୋଟି ହିତାଧିକାରୀଙ୍କୁ ଖୁବଶୀଘ୍ର ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। 

ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ ମିଳିବ ବିଶେଷ ଫାଇଦା। 

ଅଧିକ ପଢ଼ନ୍ତୁ ଭାରତ ଖବର 

ACCIDENT
29m ago
ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର୍
ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର, ଶିକ୍ଷୟତ୍ରୀଙ୍କ କଟିଗଲା ହାତ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼େଙ୍ଗାରେ । ହାତ କଟିଥିବା ମହିଳା ମିନ
ଗଜପତି
39m ago
ଗଜପତି ଢେପାଗୁଡ଼ାରେ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ। ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଥିବା ଜଣାପଡିଛି। ଆଜି ସକାଳେ ଗାଁର କିଛି ଲୋ
PROTEIN
ପ୍ରୋଟିନର ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ
ଅର୍ଗସ ବ୍ୟୁରୋ: ପ୍ରୋଟିନର ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଶରୀରରେ ଏହି ଉପାଦାନର ଅଭାବ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ ଯେଉଁଥିପାଇଁ ଆପଣ ବାରମ୍ବାର ଅସୁସ୍