ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର୍
by Argus News
Mon, Oct 28 | 3:26 p.m.

ନବରଙ୍ଗପୁର:  ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର, ଶିକ୍ଷୟତ୍ରୀଙ୍କ କଟିଗଲା ହାତ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼େଙ୍ଗାରେ । ହାତ କଟିଥିବା ମହିଳା ମିନା ଠାକୁରଙ୍କ ଘର ଛତିଶଗଡ଼ର ଗରିଆବନ୍ଦ ହୋଇଥିବା ବେଳେ ସେ ହୀରାପୁର ଗାଁରେ ଶିକ୍ଷକତା କରନ୍ତି । 

ଦୀପାବଳି ଛୁଟି ପାଇଁ ଶାଶୁ ଘର ଗରିଆବନ୍ଦକୁ ରାଇଘର ଦେଇଯିବା ସମୟରେ ଯୋଡ଼େଙ୍ଗା ନିକଟରେ ଘଟିଥିଲା ଦୁର୍ଘଟଣା । ଗାଡ଼ିରେ ଥିବା ମିନା, ତାଙ୍କ ଦେଢଶୂର ଏବଂ ୪ ବର୍ଷର ପିଲାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଯୋଡ଼େଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ପରେ ରାଇପୁର ରାମ କୃଷ୍ଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୀନାଙ୍କ ଡାହାଣ ହାତ କଟି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

ବରଫି
1m ago
ଦୀପାବଳିରେ ଘରେ କରନ୍ତୁ ଏହି ବରଫି
ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ
ଲବଙ୍ଗ ପାଣି
5m ago
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଲବଙ୍ଗ ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଓ ପାଗର ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣ ଔଷଧ ସହି
RIVER
8m ago
କାଣୀ ନଦୀ ଆଁରେ ପଦନିପାଳ ପଞ୍ଚାୟତବାସୀ
ଅର୍ଗସ ବ୍ୟୁରୋ: ନଦୀ ଗର୍ଭରେ ଲିନ ହେବାକୁ ଯାଉଛି ଆଳି ବ୍ଲକ୍‌ ପଦନିପାଳ ପଞ୍ଚାୟତର ଏକଧିକ ଗାଁ। ଗାଁ ଆଡ଼କୁ ପ୍ରତିଦିନ ମାଡ଼ି ଆସୁଛି କାଣୀନଦୀ। ପଞ୍ଚାୟତର ଗୋଟେପଟ