ବିଜେଡି ନେତାଙ୍କ ପରିସ୍ଥିତି ନେଇ ରୁବେନ୍ ବାନାର୍ଜୀଙ୍କ ଉଦବେଗ
by Argus News
Fri, May 24 | 8:34 p.m.

ଭୁବନେଶ୍ୱର:  ବିଜେଡି ନେତାଙ୍କ ପରିସ୍ଥିତି ନେଇ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଉଦବେଗ । ଶାସକ ଦଳରେ ସବୁ ନେତା ଅଲୋଡ଼ା, ଜଣେ ମାତ୍ର ଷ୍ଟାର ପ୍ରଚାରକ । ବିଜୁ ବାବୁ ଚାହୁଁଥିଲେ କିପରି ହେବ ତାଙ୍କ ଉତ୍ତରାଧିକାରୀ ?  ବିଜୁଙ୍କ ଶେଷ ଇଣ୍ଟରଭ୍ୟୁର କଥା ସ୍ମରଣ କରାଇଲେ ରୁବେନ୍ ବାନାର୍ଜୀ । ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ କାମ କରୁଥିଲେ କି ଭୈରବ ।  କେବଳ ତାଲିକାରେ ବିଜେଡିର 40 ଷ୍ଟାର ପ୍ରଚାରକ। କିନ୍ତୁ ରାଜ୍ୟ ସାରା ବୁଲି ଦଳର ପାଇଁ ପ୍ରଚାର କରୁଛନ୍ତି ମାତ୍ର ଜଣେ ନେତା। ସାଧାରଣ ସଭା ହେଉ କି ରୋଡ୍ ଶୋ ବିଜେଡିରେ କେବଳ ଜଣେ ତାରକା ପ୍ରଚାରକଙ୍କ ଶୋ। କାଁ ଭାଁ ପ୍ରଚାରକୁ ଓହ୍ଲାଉଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।

ଏହି ଦୁଇ ଦଜଣଙ୍କୁ ଛାଡ଼ିଦେଲେ ତାଲିକାରେ ଥିବା ବାକି 38 ଷ୍ଟାର ପ୍ରଚାରକ ଅଲୋଡ଼ା। ଏପରିକି ଷ୍ଟାର ପ୍ରଚାରକ ତାଲିକାରେ ଥିବା ମନ୍ତ୍ରୀ  ପୂର୍ବତନମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ଓ ସୁଶାନ୍ତ ସିଂ ପ୍ରାର୍ଥୀ ହୋଇଥିବା ଆସନରେ ଭୋଟ୍ ସରିଥିଲେ ବି ସେମାନଙ୍କୁ ଅନ୍ୟ ସ୍ଥାନରେ  ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁନାହିଁ। ବିଜେଡି ନେତାଙ୍କର ଏପରି ଦୟନୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। ଅନ୍ୟ ପକ୍ଷରେ କୋଣସି ପଦପଦବୀରେ ନଥାଇ ବି ପାଣ୍ଡିଆନ ବିଜେଡି ଉପରେ ସଂପୂର୍ଣ୍ଣ କର୍ତ୍ତୃତ୍ବ ଜାହିର କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ।

ଏକ ଡିଜିଟାଲ ମିଡିଆକୁ ସାକ୍ଷାତକାର ଦେଇ ସେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ସତ ହୋଇଥିଲେ ପାଣ୍ଡିଆନ୍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କହିଛନ୍ତି ରୁବେନ୍ ବାନାର୍ଜୀ। ସେହିପରି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଜୁ ବାବୁଙ୍କର ଶେଷ ଭିଡିଓ ଇଣ୍ଟରଭ୍ୟୁ। ଯେଉଁଥିରେ ସେ କହିଛନ୍ତି କିପରି ହେବ ତାଙ୍କ ଉତ୍ତରାଧିକାରୀ। ଏ ପ୍ରସଙ୍ଗରେ ବି ଶାସକ ଦଳକୁ ଘେରିଛନ୍ତି ରୁବେନ୍ ବାନାର୍ଜୀ। ସେପଟେ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ଚିଲିକା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ପ୍ରତି ସଭାମଞ୍ଚରେ ପାଣ୍ଡିଆନଙ୍କ ବ୍ୟବହାର ଏହାକୁ ନେଇ ବି ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ