ମୋଦି ସୁନାମିରେ ପରାଜୟର ସ୍ବାଦ ଚାଖିଲେ ବିଜେଡିର ବହୁ ହେଭିଓ୍ବେଟ
by Argus News
Wed, Jun 05 | 8:19 a.m.

ଅର୍ଗସ ବ୍ୟୁରୋ: ମୋଦି ସୁନାମିରେ ବିଜୁ ଜନତା ଦଳର ବହୁ ହେଭିଓ୍ବେଟ ପରାଜୟର ସ୍ବାଦ ଚାଖିଛନ୍ତି । ପାଖାପାଖି ଡଜନେ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ଭୁବନେଶ୍ବର ଏକାମ୍ରରେ ଅଶୋକ ପଣ୍ଡା, ମହାକାଳପଡ଼ାରେ ଅତନୁ ସବ୍ୟସାଚୀ, ଟିଟିଲାଗଡ଼ରେ ଟୁକୁନି ସାହୁ, ବିଜେପୁରରେ ରୀତା ସାହୁ, ଭଞ୍ଜନଗରରେ ବିକ୍ରମ ଆରୁଖ, ବୌଦ୍ଧରେ ପ୍ରଦୀପ ଅମାତ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼େଇ, କାମାକ୍ଷାନଗରରେ ପ୍ରଫୁଲ୍ଲ ମଲ୍ଲିକ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, ବିଷମକଟକରେ ଜଗନ୍ନାଥ ସାରକା ଓ ମୟୂରଭଞ୍ଜ ଲୋକସଭାରୁ ସୁଦାମ ମାର୍ଣ୍ଡି ପରାଜିତ ହୋଇଛନ୍ତି । 

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି । ସେହିପରି ଜଗତସିଂହପୁରର ରାଜଶ୍ରୀ ମଲ୍ଲିକ ପରାଜିତ ହୋଇଛନ୍ତି । 

ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ

ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବ ବିଜେପି। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ରାଜଧାନୀ ଭୁବନେଶ୍ବର ସ୍ଥିତ ପାର୍ଟି ଅଫିସରେ ଦଳୀୟ କର୍ମୀଙ୍କ ଆରମ୍ଭ ହୋଇଯାଇଛି ଜୋରଦାର ସେଲିବ୍ରେସନ। ବାଜା ବାଣରେ ପ୍ରକମ୍ପିତ ହେଉଛି ରାଜ୍ୟ ବିଜେପି ମୁଖ୍ୟାଳୟ। ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳୀୟ କର୍ମୀ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ବାତ୍ୟା
2m ago
ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି
ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍
ହାଇକୋର୍ଟ
7m ago
ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ।
ବାତ୍ୟା 'ଦାନା'
13m ago
ମାଡ଼ି ଆସୁଛି ବାତ୍ୟା 'ଦାନା'
ଅର୍ଗସ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ପୂର୍ବ ମଧ୍ୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଅବପାତ । ଗୁରୁବାର ରାତି-ଶୁକ୍ରବାର ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦୀପ ମଧ୍ୟରେ ଉପକୂ