କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା: 20 ଗୁରୁତର 
by Argus News
Mon, Oct 21 | 8:51 a.m.

ଗଜପତି :  ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ୍‌ଅପ ଭ୍ୟାନ କୁ ଧକା ଦେଇ ରାସ୍ତାରେ 20 ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀ ବାହି ବସ l ଫଳରେ ଉଭୟ ବସ ରେ ଥିବା ଯାତ୍ରୀ ଙ୍କ ମଧ୍ୟରୁ ପ୍ରାୟ 20 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 14 ଜଣ ଗୁରୁତର ଥିବାବେଳେ 4 ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

ସମସ୍ତ ଆହତ ମାଲକାନଗିରି ଅଂଚଳର l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା l ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାତିରେ ରାସ୍ତା କଡ଼କୁ ଖସିପଡ଼ିଥିଲା l ତେବେ ରାସ୍ତା କଡ଼କୁ ବସ ଟି ଥିବାବେଳେ ଆଗରେ ଏକ ପିକ୍‌ଅପ ଭ୍ୟାନ ଥିଲା l ଏହି ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହା କlଳେଶ୍ୱର ନାମକ ଆଉ ଏକ ଯାତ୍ରୀବାହି ବସ ବସ ଓ ପିକ ଅପ କୁ ପଛପଟୁ ଧକା ଦେଇ ରାସ୍ତାର 20 ଫୁଟ ତଳକୁ ଖସି ଓଲଟି ପଡିଛି l ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରହସ୍ୟମୟୀ ଗାଁ
1m ago
ଗାଁରୁ ଗାୟବ ହୋଇଗଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ଏପରି ଏକ ରହସ୍ୟମୟୀ ଗାଁ ବିଷୟରେ କହିବୁ ଯେଉଁଠି ଗୋଟିଏ ରାତିରେ ଗାୟବ ହୋଇଯାଇଥିଲେ ୫ ହଜାର ଲୋକ। ଆଜ୍ଞା ରାଜସ୍ଥାନର କୁଲଧରା ଗାଁ ଯେଉଁଠ
CHIEF MINISTER
30m ago
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଜନଶୁଣାଣି
ଅର୍ଗସ ବ୍ୟୁରୋ: ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଚାଲିଛି ଜନଶୁଣାଣି। ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚର
CYCLONE
52m ago
ବାତ୍ୟା ଭୟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱର