ଯୁବତୀଙ୍କୁ ଗଣ ଦୁଷ୍କର୍ମ
by Argus News
Sun, Sep 08 | 9:40 p.m.

ଢ଼େଙ୍କାନାଳ: ଢ଼େଙ୍କାନାଳରେ ଲଜ୍ୟା। ଗାଁ କମ୍ୟୁନିଟ ସେଣ୍ଟର ଆଶ୍ରୟ ନେଇ ଏକୁଟିକା ରହୁଥିବା ଯୁବତୀଙ୍କୁ ମାସ ମାସ ଧରି ଗଣ ବଳାତ୍କାର ଅଭିଯୋଗ। ସାତ ଜଣ ବ୍ୟକ୍ତି  ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଭାପୁର ଫାଣ୍ଡି  ଅଞ୍ଚଳରେ ଏଭଳି ଘଟଣା ଘଟିଛି। ତେବେ ଏହି ଯୁବତୀ ଜଣକ ଏବେ ୭ ମାସର ଗର୍ଭବତୀ ଥିବା ଜଣା ପଡିଛି। ଗାଆଁର କିଛି ଲୋକ ଏହି କଥା ଜାଣିବା ପରେ ସେମାନେ ସକ୍ଷୀ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ।

ସକ୍ଷୀ କେନ୍ଦ୍ରର କର୍ମଚାରୀ ମାନେ ପୋଲିସ ସହାୟତା ନେଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ଆଜି ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ ଯୁବତୀ ଙ୍କ ବାପା ନିଜ ଶ୍ଵଶୁର ଘରେ ରହି ଆସୁଥିଲେ।ବାପା ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ମା ଆରପାରିକୁ ଚାଲିଯାଇଛନ୍ତି। ଯୁବତୀଙ୍କ ଭାଇ ସାମାନ୍ୟ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ସେ ଏକ ଦୋକାନରେ କାମ କରୁଛନ୍ତି।ଯୁବତୀ ଜଣକ ଏକୁଟିଆ ରହିବାର ସୁଯୋଗ ନେଇ ନର ପିଶାଚ ମାନେ ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି।ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସଦର ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଜମ୍ମୁ-କଶ୍ମୀର
now
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧି
ରାଜଧାନୀରେ
24m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର
ରାଜ୍ୟରେ
41m ago
ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂ