ମସାଜ ପାର୍ଲରରେ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌
by Argus News
Sat, Dec 02 | 10:56 a.m.

ଅର୍ଗସ ବ୍ୟୁରୋ : ପୁଣି ରାଜଧାନୀରୁ ବେଙ୍ଗଲୀ ବ୍ୟୁଟି । ମସାଜ ପାର୍ଲର ନାଁ ଚାଲୁଥିଲା ଦେହ ବେପାର । ଦେହ ବେପାର ପାଇଁ ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଛି କମିଶନରେଟ୍‌ ପୁଲିସ୍‌ । ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଗ୍ରାହକଙ୍କୁ ପୁଲିସ୍‌ ଅଟକ ରଖିଛି । ହେଲେ ଚମ୍ପଟ ମାରିଛି ସେକ୍ସ ରାକେଟ୍‌ ଚଳାଉଥିବା ଦଲାଲ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସତ୍ୟନଗର ଅଞ୍ଚଳରେ ଥିବା ଏକ ମସାଜ ପାର୍ଲରରେ ଦୀର୍ଘ ଦିନ ଦରି ଚାଲିଥିଲା ସେକ୍ସ ରାକେଟ୍‌ । ମସାଜ ନାଁରେ ସେଠାରେ ହୋଉଥିଲା ଦେହ ବେପାର । ହେଲେ ଟେର ପାଉନଥିଲା କମିଶନରେଟ୍‌ ପୋଲିସ । ଆଜି କମିଶନରେଟ୍‌ ପୋଲିସ୍‌ର ଜଣେ କର୍ମଚାରୀ ଗ୍ରାହକ ହୋଇ ସେହି ମସାଜ ପାର୍ଲରକୁ ଯାଇଥିଲେ । ଡିଲ୍‌ ପରେ ରେଟ୍‌ ଛିଡ଼ିଥିଲା । ତା’ପରେ ଦେହ ବେପାରରେ ନିୟୋଜିତ ପାଇଁ ଯୁବତୀଙ୍କୁ ଡ଼କାଯାଇଥିଲା ।

 

ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍‌ ପୋଲିସ୍‌ ଚଢ଼ଉ କରିଥିଲା । ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍‌ । ତେବେ ଚଢ଼ଉ ପୂର୍ବରୁ ସେକ୍ସ ରାକେଟ୍‌ ଚଳାଉଥିବା ଯୁବକ ଫେରାର ହୋଇଯାଇଥିଲା । ମସାଜ ନାଁରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲୁଥିଲା, ତାହା ଜଣାପଡ଼ିନାହିଁ । କମିଶନରେଟ୍‌ ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ