ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ
by Argus News
Wed, May 22 | 7:52 p.m.

ଅର୍ଗସ ବ୍ୟୁରୋ : ମେଡ଼ିକାଲରେ ଭର୍ତ୍ତିହେଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁନ୍ । ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ । ଗତ କାଲି ଆଇପିଏଲ ପ୍ଲେ ଅଫ ମ୍ୟାଚ ଅବସରରେ ଅତ୍ୟଧିକ ଗରମ ଯୋଗୁ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ କେଡି ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା ଏବଂ ସେ ସୁସ୍ଥ ଅଛନ୍ତି । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଚଳିତ ଆଇପିଏଲରେ ଶାହାରୁଖଙ୍କ କେକେଆର ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । କେକେଆର ଓ ହାଇଦ୍ରାବାଦ ମ୍ୟାଚକୁ ଉପଭୋଗ କରିବା ପାଇଁ ଶାହାରୁଖ ଆସିଥିଲେ । ତାଙ୍କ ସହିତ ଝିଅ ସୁହାନା, ପୁତ୍ର ଅବରାମ ଏବଂ ଅନନ୍ୟା ଓ ଶାନାୟା ମଧ୍ୟ ଉପସ୍ଥିତ ଥିଲେ । ପଠାନ, ଜୱାନ ଓ ଡଙ୍କି ଫିଲ୍ମ ହିଟ ହେବା ପରେ ଏବେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । 

SONAKSHI SINHA
1m ago
ନିକାହ କରିବେ ଦବଙ୍ଗ ଗର୍ଲ...
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ହେବେ ମୁସଲମାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଳମାନ ଧର୍ମ ଗ୍ରହଣ କରିବେ ଓ ତାଙ୍
ବ୍ୟବସାୟୀ ମୃତ
2m ago
ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣ
COCONUT WATER
6m ago
ଓଜନ କମାଇବ ନଡିଆ ପାଣି
ଅର୍ଗସ ବ୍ୟୁରୋ: ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ଯଦି ଏହା ଠିକ୍ ସମୟରେ ଖିଆଯାଏ ଶରୀରରେ ଅନେକ ଲାଭ ପାଇପାରେ । ଯଦି କିଛି ଠିକ୍ ସମୟରେ ଖିଆଯାଏ ତେବ