ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ
by Argus News
Mon, Jan 01 | 2:39 p.m.

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ । ଏସି କନେକ୍ସନରେ ସାମାନ୍ୟ ଲୁଜ ଥିବାରୁ ସର୍ଟସର୍କିଟ ହୋଇଛି । ତେବେ ସର୍ଟସର୍କିଟ ସ୍ଥାନରେ ସ୍ପାର୍କିଙ୍ଗ ଓ ଧୂଆଁ ଦେଖି ଭକ୍ତ ସମାନ୍ୟ ଭୟଭୀତ ହୋଇଛନ୍ତି । ଶ୍ରୀମନ୍ଦିର ପାଇଁ ନିୟୋଜିତ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ୱାଭବିକ ହୋଇଛି ।

ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ ହୋଇଥିବାରୁ ପୁରୀ ଯାଇ ସମସ୍ତେ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନୂଆ ଏସି ବ୍ୟାରିକେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ । 

ଅନ୍ୟପଟେ  ନୂଆବର୍ଷରୁ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ପାନ, ଗୁଟଖା, ସହ ପଲିଥିନ ଆଦି ବ୍ୟାନ୍ ହୋଇଛି । ଶାଳିନତାପୂର୍ବକ ପୋଷାକ ପିନ୍ଧି ମହାପ୍ରଭୁଙ୍କ ଦର୍ଶନ ପାଇଁ ନିୟମ ରହିଛି ।  
ରେକର୍ଡ କଲା ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଜଗା ଦର୍ଶନ । ଅପରାହ୍ନ ସୁଦ୍ଧା 2 ଲକ୍ଷ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଭାବରେ ସ୍ୱତନ୍ତ୍ର ଶୀତତାପ ସେଡ୍ ରେ ଯାଇ ଭକ୍ତମାନେ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ନୀତିକାନ୍ତି ଶୃଙ୍ଖଳିତ ପାଇଁ ସେବାୟତ ଓ ପୁରୀବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଏସପି ବିଶାଲ୍ ସିଂହ । 

ଆହୁରି ପଢନ୍ତୁ ଓଡିଶା ଖବର...
 

24 ELECTION
47m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
51m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର