ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।
by Argus News
Wed, Apr 10 | 6:30 p.m.

ବାଲେଶ୍ୱର: ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ଛକ ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଚୋରା କୋଇଲା ଡିପୁ ଉପରେ ସିମୁଳିଆ ପୋଲିସର ଚଢ଼ାଉ।  

ଲକ୍ଷାଧିକ ଟଙ୍କାର କୋଇଲା ଜବତ। ସିମୁଳିଆ ଅଞ୍ଚଳରେ ଦୀର୍ଘଦିନଧରି  ଚୋରା କୋଇଲା କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା।  ଜାମୁଝାଡ଼ି ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ଏକ କୋଇଲା ଡିପୁ ଚାଲିଥିବା ସିମୁଳିଆ ପୋଲିସ ଖବର ପାଇ ଆଜି ଡିପୁ ଉପରେ ଚଢ଼ାଉ କରିଥିଲା। ଡିପୁରୁ ୫୦୦ରୁ ଉର୍ଦ୍ଧ କୋଇଲା ବସ୍ତା ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି। ଭଦ୍ରକ ଅଞ୍ଚଳରୁ ଏହି ଚୋରା କୋଇଲା ଆସୁଥିବା ବେଳେ ସିମୁଳିଆରେ ବିଭିନ୍ନ ଅଞ୍ଚଳରେ ଡିପୁ ଖୋଲି କୋଇଲା ମାଫିଆ ମାନେ ବାହାର ଅଞ୍ଚଳକୁ ଚୋରା ଚାଲାଣ କରିଆସୁଥିଲେ। 

ଅଧିକ ପଢନ୍ତୁ ଓଡିଶା ଖବର 
 
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021