ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
by Argus News
Thu, Mar 28 | 3:06 p.m.

ଭୁବନେଶ୍ୱର:  ବିଜେପିରେ ଯୋଗଦେଲେ ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ସିଦ୍ଧାନ୍ତ । ସିଦ୍ଧାନ୍ତ ମହାପାତ୍ର  ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଛନ୍ତି । 

୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ ସିଦ୍ଧାନ୍ତ । ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା । ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି ।

ସେହିପରି ଭର୍ତ୍ତୃହରି ମହାତବ ବିଜେପିରେ ଯୋଗ ଦେଇଛନ୍ତି । ଭର୍ତ୍ତୃହରି ମହତାବ 6 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । 1998,1999,2004,2009,2014,2019 ରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । 2017ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ପାଇଥିବାବେଳେ 2017,2018,2019,2020ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି ମହତାବ । 

ସେହିପରି ବିଜେପିରେ ମିଶିଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଚେହେରା ହେଉଛନ୍ତି ଦମୟନ୍ତୀ ।  ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ ।  

ଆହୁରି ପଢନ୍ତୁ ଓଡିଶା ଖବର...
 

MIGRANT DEATH CASE
19m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
36m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର