ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ ଆସ୍ବସ୍ତି 
by Argus News
Wed, Jun 26 | 5:13 p.m.

ଭୁବନେଶ୍ୱର:  ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ  ବେହାଲ ହେଲା ରାଜଧାନୀ। ବର୍ଷାକୁ  ନେଇ ବିଭିନ୍ନ  ସ୍ଥାନରେ  ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ  ଆସ୍ବସ୍ତି ମିଳିଛି। ଗତକାଲି ବଙ୍ଗୋପସାଗରରେ  ସୃଷ୍ଟି  ହୋଇଥିବା ଘୁର୍ଣ୍ଣିବଳୟ  ଆଜି ସକ୍ରିୟ  ଥିବା  ବେଳେ ରାଜ୍ୟରେ  ମୌସୁମୀ  ବି ସକ୍ରିୟ ରହିଛି।

ପ୍ରଭାବରେ ସାରା ରାଜ୍ୟରେ ୪ ଦିନ  ଯାଏ ବିଜୁଳି  ଘଡ଼ଘଡ଼ି ସହ  ବର୍ଷା  ହେବାର  ସମ୍ଭାବନା  ଥିବା  ବେଳେ  କିଛି  ସ୍ଥାନରେ ପ୍ରବଳ  ବର୍ଷା ନେଇ ପୂର୍ବାନୁମାନ କରିଛି  ପାଣିପାଗ  ବିଭାଗ। ଆସନ୍ତା  ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ୯  ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା।  ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ  ପାଇଁ  ପରାମର୍ଶ ଦେଇଛି ପାଣିପାଗ  ବିଭାଗ। 

ଅଧିକ ପଢନ୍ତୁ ଓଡ଼ିଶା ଖବର  

LOW PRESSURE
26m ago
ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖ ପରେ ବଙ୍ଗୋପସଗରରେ ସୃଷ୍ଟ
HATHRAS
40m ago
ହାଥରସରେ ବଡ଼ ଧରଣର ଦୁର୍ଘଟଣା, ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ବଡ଼ ଧରଣର ଦୁର୍ଘଟଣା । ହାଥରସ ଜିଲ୍ଲା ରତିଭାନପୁରରେ ଆୟୋଜିତ ପ୍ରବଚନ ସଭାରେ ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ବହ
DHARMENDRA PRADHAN
53m ago
କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସ ଦଳ ନିଜ ବ୍ୟବହାର ପାଇଁ ସଂସଦୀ