ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା
by Argus News
Wed, Jul 03 | 8:07 a.m.

ଅର୍ଗସ ବ୍ୟୁରୋ:  ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖ ପରେ ବଙ୍ଗୋପସଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ଭରଣା କରିପାରେ ନିଅଣ୍ଟିଆ ବର୍ଷା । ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ ୮ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନ ରହିଥିଲା ଜୁନ୍‌ ମାସରେ ହେବ ସ୍ବାଭାବିକ ବର୍ଷିବ। ମାତ୍ର ତାହା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ।

ପାଖାପାଖି ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ ଉଭାନ ହେବା ପରେ ଯେଉଁ ବର୍ଷା ହେଲା ତାହା ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ୧୭ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ସହ ମୟୂରଭଞ୍ଜର ସ୍ଥିତି ଉତ୍କଟ। ଚାଷୀମାନେ ଏଯାଏ ଧାନ ତଳି ପକାଇବା ଆରମ୍ଭ କରିପାରି ନାହାନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୬୫% ଥିବାବେଳେ ବାଲେଶ୍ବରରେ ୫୭%, ଭଦ୍ରକରେ ୪୪%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୬%, କେନ୍ଦୁଝରରେ ୫୦%, ଅନୁଗୁଳରେ ୪୧%, ସମ୍ବଲପୁରରେ ୩୧%, ସୁନ୍ଦରଗଡ଼ରେ ୩୦% ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବିଧାୟକ
6m ago
କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ
ଜଗତସିଂହପୁର: କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ। ଜଗତସିଂହପୁର ଥାନାରେ ପହଞ୍ଚି ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବାକୁ କଲେ ତାଗିଦ। ଗୋଟେପଟେ ପୋଲିସ ଡିଜି ଅରୁଣ ଷଡଙ୍ଗ
ସିକ୍ରେଟ ଫିଚର
8m ago
ଜିମେଲ ଆଣିଲା ସିକ୍ରେଟ ଫିଚର
ଅର୍ଗସ ବ୍ୟୁରୋ : ଆମେ ପ୍ରତିଦିନ ମେଲ୍‌ ବ୍ୟବହାର କରିଥାଉ । ହେଲେ ଜିମେଲର ଏକ ସିକ୍ରେଟ ଫିଚର ବିଷୟରେ ଆପଣ ଜାଣିଛନ୍ତି କି? ଜାଣିଲେ ଖୁସି ହୋଇଯିବେ। ଆପଣ ଭାବୁଥିବେ କଣ ଏହ
ସେଲିବ୍ରେଶନ ସରିବାପରେ
47m ago
ସେଲିବ୍ରେଶନ ସରିବାପରେ କୋହଲି ହଠାତ ପଳାଇଲେ ଲଣ୍ଡନ
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ ଟ୍ରଫି ଜିତିବାପରେ ଟିମ ଇଣ୍ଡିଆକୁ ସ୍ବଦେଶରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ସେଲିବ୍ରେସ