ବାଲିଯାତ୍ରାରେ ବିସ୍କୁଟ ଖାଇଲେ ବାହାରୁଛି ଧୂଆଁ
by Argus News
Sun, Dec 03 | 1:51 p.m.

ଅର୍ଗସ ବ୍ୟୁରୋ:  ବିସ୍କୁଟ ଖାଇଲେ ପାଟିରୁ ବାହାରୁଛି ଧୁଆଁ। ଗୋଟିଏ ଖଣ୍ଡ ବିସ୍କୁଟ ଖାଉ ଖାଉ ପାଟିରୁ ମେଞ୍ଚା ମେଞ୍ଚା ଧୂଆଁ ବାହାରୁଛି। ଯାହାକୁ ଖାଇବା ପାଇଁ ହେଉ ଅବା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି। ଏହା ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ। ଜମୁଛି ଐତିହାସିକ ବାଲିଯାତ୍ରା। ସକାଳୁ ସଞ୍ଜ ଯାଏଁ ଲାଗୁଛି ପ୍ରବଳ ଭିଡ। ରାଜ୍ୟ ତଥା ଦେଶର ବିଭିନ୍ନ କୋଣରୁ ବି ଆସୁଛନ୍ତି ଦର୍ଶକ। ସେପଟେ ମହାନଦୀର ନୀଳ ଜଳରାଶିରେ ଓ୍ୱାଟର ସ୍ପୋର୍ଟ୍ସର ମଜା ସହିତ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ। ଐତିହାସିକ ବାଲିଯାତ୍ରାର ମେଳା ବୁଲା ସହ କିଣାବିକାର ଚାଲିଛି ପର୍ବ। ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ। ଚଳିତ ବର୍ଷ ୧୫୦୦ରୁ ଅଧିକ ଫୁଡ ଷ୍ଟଲ ପଡିଛି।  ଏ ସବୁ ଭିତରେ ମନ ମୋହୁଛି ସ୍ମୋକ ବିସ୍କୁଟ। 

ଐତିହାସିକ କଟକ ବାଲିଯାତ୍ରାର ଏକ ବିଶେଷ ଆକର୍ଷଣ ପାଲଟିଛି ସ୍ମୋକ ବିସ୍କୁଟ । ବାଲିଯାତ୍ରା ବୁଲାବୁଲି ଭିତରେ ଏହି ନିଆରା ବିସ୍କୁଟର ମଜା ଉଠାଉଛନ୍ତି ଦର୍ଶକ । ପ୍ରତ୍ୟେକ ଗ୍ଲାସ ବିସ୍କୁଟ ଦର 50 ଟଙ୍କା ରହିଥିବାବେଳେ ଏଥିରେ ମିଳୁଛି ଭଳିକି ଭଳି ଫ୍ଲେଭର । ଏହି ସ୍କୋକ ବିସ୍କୁଟ ପ୍ରସ୍ତୁତ ପାଇଁ ୱାଫର, ବ୍ରଷ୍ଟ, ବିସ୍କୁଟକୁ ବ୍ୟବହାର କରାଯାଇ ସେଥିରେ ଲିକ୍ୟୁଇଡ଼ ନାଇଟ୍ରୋଜେନକୁ ମିଶ୍ରଣ କରାଯାଉଛି । ଆଉ ଯାହା ମିଶିବା ପରେ ସେଥିରୁ ଧୂଆଁ ବାହାରୁଛି। ଏହାକୁ ଖାଇବା ପାଇଁ ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଭିଡ। ପୁଣି କିଏ କିଏ ତ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଛାଡୁଛନ୍ତି। ଯାହା ଖୁବ ଭାଇରାଲ ହେଉଛି। ତେବେ ଚଳିତ ବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ