ଶ୍ରାବଣ ମାସରେ ସର୍ପ ସ୍ୱପ୍ନ, ଭଲ ନା ଖରାପ...
by Argus News
Tue, Jul 16 | 8:28 p.m.

ଅର୍ଗସ ବ୍ୟୁରୋ: ସ୍ୱପ୍ନରେ ସାପ ଆସୁଛି କି । ଡରୁଛନ୍ତି କି, ଏଭଳି ସ୍ୱପ୍ନ ଆସିବା ଭଲ କି ଖରାପ ଜାଣିବାକୁ ଚାହୁଁଛନ୍ତି। ଶ୍ରାବଣ ମାସରେ ସ୍ୱପ୍ନରେ କିଛି ଜିନିଷ ଦେଖିବା ବେଶ୍ ଶୁଭ ହୋଇଥାଏ । ସେହିପରି କିଛି ସ୍ୱପ୍ନରେ ଦେବୀ-ଦେବତାଙ୍କ ତରଫରୁ ସଂକେତ ମଧ୍ୟ ମିଳିଥାଏ । ଦେବାଦେବୀ ଆପଣଙ୍କୁ ପୂଜା ସ୍ୱୀକାର କରି ନେଇଥିବା କିଛି ସ୍ୱପ୍ନ ସଂକେତ ଦେଇଥାଏ । ସେହିପରି ସ୍ୱପ୍ନରେ ଆଉ କିଛି ଜିନିଷ ଦେଖିବା ଅଶୁଭ ସଂକେତ ବୋଲି ମଧ୍ୟ କୁହାଯାଇଛି । ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବା ଏକ ଅଶୁଭ ଲକ୍ଷଣ ବୋଲି ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି । ହିନ୍ଦୁ ଶାସ୍ତ୍ରରେ ଶ୍ରାବଣ ମାସକୁ ବହୁତ ଶୁଭ ଏବଂ ପବିତ୍ର ବୋଲି ବିଶ୍ୱାସ ରହିଛି । ଆଷାଢ ମାସ ପରେ ଶ୍ରାବଣ ମାସର ଶୁଭାରମ୍ଭ ହୋଇଥାଏ । କୈଳାସବାସୀ ଭଗବାନ ଶିବଙ୍କୁ ଏହି ମାସ ସମର୍ପଣ କରାଯାଇଛି ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ, କୌଣସି ରାଶିର ବ୍ୟକ୍ତିଙ୍କୁ ଶ୍ରାବଣ ମାସରେ ଜୀବିତ ସର୍ପ ଦେଖା ଦେଇଥାଏ । ଏହା ବେଶ୍ ଶୁଭ ବୋଲି କୁହାଯାଇଛି । ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା କିମ୍ବା ଭକ୍ତିରେ ଦେବାଦେବୀ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ଖୁବଶୀଘ୍ର ଆପଣଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇପାରେ ବୋଲି ଏହି ସ୍ୱପ୍ନ ଦ୍ୱାରା ସଂକେତ ମିଳିଥାଏ । ଜ୍ୟୋତିଶ ଶାସ୍ତ୍ରରେ ଶ୍ରାବଣ ମାସରେ କଳା ରଙ୍ଗର ସାପ ଆପଣଙ୍କ ରାସ୍ତା କାଟୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ବିଚାର କରାଯାଏ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା