ମହଙ୍ଗା ପଡ଼ିଲା ବିଧାୟିକା ସ୍ନେହାଙ୍ଗିନୀଙ୍କ ମନ୍ତବ୍ୟ
by Argus News
Sun, Apr 14 | 1:15 p.m.

ଅର୍ଗସ ବ୍ୟୁରୋ: ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ । ମାଡାମଙ୍କର ଗୋଟିଏ କଥାରେ ଦଳ ଛାଡ଼ିଲେ ନେତା, ସିଏ ପୁଣି ଠିକ୍‌ ନିର୍ବାଚନ ସମୟରେ । କିନ୍ତୁ ମାଡାମ ସ୍ନେହାଙ୍ଗିନୀ କାହିଁକି ଏମିତି କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ତୁରନ୍ତ ଏଥିଲାଗି ଦୃଷ୍ଟି ଦେବାକୁ ଜୋର ଧରିଛି ଦାବି ।

କଥା ହେଲା, ଅତାବିରା ବ୍ଲକ ଲରମ୍ଭା ଛକରେ ଦୁର୍ଘଟଣାରେ କଲେଜର ୩ ଜଣ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଦାବି କରିବା ସହିତ ରାସ୍ତା ରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣାର ଖବର ପାଇବା ପରେ ପହଞ୍ଚିଥିଲେ ଅତାବିରା ବିଧାୟିକା ମାଡାମ ସ୍ନେହାଙ୍ଗିନୀ ଛୁରିଆ । ହେଲେ ବିଡମ୍ବନାର କଥା, ଲୋକଙ୍କ ଆଖିର ଲୁହ ଆଉ ମନର କଷ୍ଟ ବୁଝିବା ପରିବର୍ତ୍ତେ, ସମ୍ବେଦନହୀନତାର ପରିଚୟ ଦେଇଥିଲେ ବିଧାୟିକା।

ମାଡାମ କହିଥିଲେ ମୁଁ ଏଠାକୁ ଆସିଛି ଏହା ହିଁ ବଡ଼କଥା। ଯାହାକୁ ନେଇ ସମାଲୋଚିତ ହୋଇଥିଲେ ମ୍ୟାଡାମ ସ୍ନେହାଙ୍ଗିନୀ। ସେହି ବୟାନ ଆଜି ବି ମାଡାମଙ୍କ ପିଛା ଛାଡ଼ିନି। ଆଉ ଦଳ ଛାଡ଼ିବାର କାରଣ ମଧ୍ୟରୁ ଗୋଟିଏ କାରଣ ଦେଇଛନ୍ତି ମହିଳା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀଙ୍କ ସମ୍ବେଦନହୀନ ବୟାନ।

କ୍ଷମତାର ଅନ୍ଧ ଗଳିରେ ବିଜେଡି ନେତାମାନେ ଏମିତି ବାୟା ହେଲେଣି ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ। ଏମିତି ଦୁର୍ଘଟଣାସ୍ଥାନରେ ପହଞ୍ଚିବା ପରେ ବି ସମ୍ବେଦନହୀନତା ବୟାନ ଦେଉଛନ୍ତି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ରାଜ୍ୟରେ ଲାଗୁ ହେବ
10m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର