ବିବାହ ପାଇଁ ପ୍ରସ୍ତୁତ ଶୋଭିତା-ନାଗା ଚୈତନ୍ୟ
by Argus News
Tue, Oct 22 | 1:35 p.m.

ଅର୍ଗସ ବ୍ୟୁରୋ:  ଚର୍ଚ୍ଚାରେ ଶୋଭିତା  ଧୁଲିପାଲା। ଖୁବଶୀଘ୍ର ହେବେ ହାତକୁ ଦି ହାତ। ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ।  ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ଦେଖାଇଛନ୍ତି। ଶୋଭିତା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ବେଳେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧିଛନ୍ତି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି।

ଶୋଭିତା ଫଟୋରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ସେ ତେଲୁଗୁରେ କିଛି ଲେଖିଛନ୍ତି, ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଖୁବ୍‌ ଲାଇକ୍‌ ସେୟାର କରାଯାଉଛି। କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମରେ ପଡିଥିଲେ। ଶୋଭିତା ଓ ନାଗା ଚୈତନ୍ୟ ୨୦୨୨ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି ଶୋଭିତା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର