ସୋସିଆଲ ମିଡ଼ିଆ ଠିକଣା ଦେଲା, ଆଉ ଘରକୁ ଫେରିଲା ଚଞ୍ଚଳା
by Argus News
Thu, Jul 25 | 12:03 p.m.

ଅର୍ଗସ ବ୍ୟୁରୋ:  କୋଷାଗୁମୁଡା ଵିଡିଓ ଏବଂ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଝରୀଗାଁ ସ୍ଥିତ ନିଜ ଘରକୁ ଫେରିଛି ଚଞ୍ଚଳା।ସୂଚନା ମୁତାବକ ଆଜକୁ ଛଅ ମାସ ହେବ ଭୋଜି ଖାଇବାକୁ ଯାଇ କେଉଁଆଡେ ଚାଲିଯାଇଥିଲା ଚଞ୍ଚଳା। ତେବେ ଗତ ଦୁଇଦିନ ହେବ କେଉଁଆଡୁ ଆସି କୋଶାଗୁମୁଡା ଠାରେ ଥିବା ଏକ ଦୋକାନ ଗୃହରେ ରହୁଥିଲା।

ତେବେ ଏହାର ପରିଚୟ ଲାଗି ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ ହେବାପରେ ମିଳିଥିଲା ଠିକଣା। ସେ ଝରୀଗାଁ ସ୍ଥିତ ବୀର ବିସିଙ୍କ ଝିଅ ଚଞ୍ଚଳା ବିଶି ବୋଲି ଜାଣିବା ପରେ ବିଡ଼ିଓ ଆଶିଷ ତ୍ରିପାଠୀ ଏବଂ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ଜିପିଇଓ ତ୍ରିଲୋଚନ ଛଞ୍ଚାଣ ମେଡିକାଲ ନେବା ପରେ ଖାଦ୍ୟ ପେୟର ବ୍ୟବସ୍ଥା କରି ଚଞ୍ଚଳାକୁ ତା ପରିବାର ଝରୀଗାଁ ଠାରେ ଆଣି ଛାଡିଥିଲେ। ଜଣେ ଅସହାୟ ମହିଳାଙ୍କୁ ଠାବ କରି ତାଙ୍କ ପରିବାର ନିକଟରେ ପହଞ୍ଚାଇ ଥିବାରୁ ସାଧାରଣରେ ଖୁବ ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
5m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
9m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ