ବିଜେଡିକୁ ଶକ୍ତ ଝଟକା : ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ନେତା
by Argus News
Thu, Apr 04 | 7:13 a.m.

ଅର୍ଗସ ବ୍ୟୁରୋ : ବିଜେଡି ଛାଡ଼ିଲେ ପର୍ଶୁରାମ । ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଦଳ ଟିକେଟ୍ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି । ଆଜି ମାଧବଙ୍କ ନାଁରେ ମୋହର ମାରିଥିଲା ଦଳ । ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା । କୌଣସି ଦଳରୁ ଲଢ଼ିବି ନା ସ୍ବାଧୀନ, ଲୋକ ଓ ସମର୍ଥକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଧଡ଼ା ।

ଅନ୍ୟପଟେ ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର । ବିଜେଡିରୁ ଇସ୍ତଫା ଦେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । କୌଣସି ଆଗାମୀ ନିର୍ବାଚନରେ କୌଣସି ଦଳକୁ ନ ଯାଇ ସ୍ୱାଧୀନ ଭାବେ ମଧ୍ୟ୍ୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଦେବେନ୍ଦ୍ର କହ୍ନର । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଦେବେନ୍ଦ୍ର ଫୁଲବାଣୀ ଆସନରେ ବିଜେଡି ବିଧାୟକ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ବିଜେଡି ଛାଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର ।  ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବା ପରେ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର  । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସେହିପରି ବିଜେଡ଼ିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟନାୟକ ପୁଅ ଅସିତ । ସେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଥିଲେ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ