ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆର ହାନ କାଙ୍ଗ୍
by Argus News
Thu, Oct 10 | 6:18 p.m.

ଅର୍ଗସ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ଦକ୍ଷିଣ କୋରିଆର ସାହିତ୍ୟିକା ହାନକାଙ୍ଗ୍ ପାଇବେ ନୋବେଲ ପୁରସ୍କାର । 1970 ମସିହା ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ ହାନକାଙ୍ଗ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି । 

୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। ଆସନ୍ତାକାଲି ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୪ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ।


 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର