Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ
by Argus News
Thu, Sep 12 | 7:14 p.m.

ଅର୍ଗସ ବ୍ୟୁରୋ : ବଡ଼ ଖବର । ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ନୂଆଦିଲ୍ଲୀ ଏମ୍‌ସରେ ୭୨ ବର୍ଷ ବୟସରେ ପରଲୋକ

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ASI । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଏବଂ ଯାଞ୍ଚ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ନିରୀକ୍ଷଣ ହେବ ।

ପୁଣି ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ଆକ୍ରମଣ । ଏହି ସମୟର CCTV ଭିଡିଓ ସାମ୍ନାକୁ ଆସିଥିବାବେଳେ ଘଟଣା ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲର ବୋଲି କୁହାଯାଉଛି 

ଅଗ୍ନିବୀରଙ୍କ ପାଇଁ ଖୁସି ଖବର: ପୋଲିସ, ଅଗ୍ନିଶମ ଓ ବନବିଭାଗରେ ମିଳିବ ୧୦% ସଂରକ୍ଷଣ

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଯୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୭୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ

ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର; ୧୫ ଯାଏଁ ବର୍ଷିବ : ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲା, ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସମ୍ଭାବନା

୩ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ବନ୍ଦର, ଅଗ୍ନିବୀର ଓ ବିବାହିତ ଝିଅଙ୍କୁ ଚାକିରି ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଦେଲେ ବଡ଼ ସୂଚନା

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା । ଏବେ ୧୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
 

 

ଗ୍ରେ ଡିଭର୍ସ
5m ago
ଭାରତରେ କାହିଁକି ବଢୁଛି ଗ୍ରେ ଡିଭର୍ସ?
ଅର୍ଗସ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ରିଲେସନସିପ ବା ସମ୍ପର୍କର ସଂଜ୍ଞା ବଦଳି ଯାଇଛି ଓ ସମ୍ପର୍କର ଗୋଟେ ନାଁ ଦେବାକୁ ପଡୁଛି ଆଉ ଉଦାହରଣ ହେଉଛି ଗ୍ରେ ଡିଭର୍ସ । ତେବେ ହଠାତ୍ ଏହି ଗ୍ର
ମଧୁମେହ
10m ago
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ପାଟଣାଗଡ଼ରେ
12m ago
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର