ସଧବା ମହିଳାଙ୍କୁ ବିଧବା କହି ମିଛ ପ୍ରଚାର କରୁଛନ୍ତି ସରକାର
by Argus News
Thu, Feb 08 | 10:01 a.m.

ଅର୍ଗସ ବ୍ୟୁରୋ:  ପ୍ରଚାର ସର୍ବସ୍ୱ ସରକାରରେ ସୀମା ଟପୁଛି ମିଛ ପ୍ରଚାର। ବରଗଡ଼ ଅମ୍ବାଭୋନାରେ ଧରାପଡିଛି BSKY କାର୍ଡକୁ ନେଇ 24 ବର୍ଷ ସ୍ଥିର ସରକାରଙ୍କ ମିଛ। ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ପ୍ରକାଶିତ ଏହି ପୋଷ୍ଟରେ ଲେଖାଅଛି ତେଜକୁଅଁର ପଟେଲ ଜଣେ ବିଧବା ମହିଳା। ବିଏସକେୱାଇ କାର୍ଡ ଥିବାରୁ ସେ ସୁସ୍ଥ ହୋଇପାରିଥିଲେ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୁଲକେଟରେ ଧନ୍ୟବାଦ ଜଣାଇଛନ୍ତି ତେଜକୁଅଁର। କିନ୍ତୁ ପ୍ରକୃତରେ ତାଙ୍କ ସ୍ୱାମୀ ଜୀବୀତ ଅଛନ୍ତି। ସେ ଜଣେ ସଧବା ମହିଳା।

ସ୍ୱାମୀଙ୍କର ପାରାଲିସିସ୍ ହୋଇଥିବାରୁ ସେ ତାଙ୍କର ସେବଯତ୍ନ କରନ୍ତି। ତାଙ୍କ ନାଁରେ ଏଭଳି ମିଛ ପ୍ରଚାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜକୁଅଁର। ଏଭଳି ସାଂଘତିକ ତ୍ରୁଟି ପାଇଁ କିଏ ଦାୟୀ। ମିଛ ପ୍ରଚାର ପାଇଁ ଜଣେ ସଧବାଙ୍କୁ ବିଧବା ସଜାଇବାକୁ ବି ପଛଘୁଞ୍ଚା ଦେଲେ ନି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜ୍ୟରେ ଲାଗୁ ହେବ
17m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର