୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି
by Argus News
Wed, Feb 21 | 7:10 p.m.

ଅର୍ଗସ ବ୍ୟୁରୋ:  ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି ଟାର୍ଗେଟ୍। 2024ରେ ବିଜେପି 370 ଓ NDA 400 ପାର୍। ଏଥିସହ ରାଜ୍ୟ ପାଇଁ ଲକ୍ଷ୍ୟ, ଦେଶରେ ପୁଣି ମୋଦି ସରକାର – ଓଡ଼ିଶାରେ ବିଜେପି ସରକାର। ଡବଲ୍ ଇଞ୍ଜିନ୍ ସରକାର ଗଠନର ମିଶନ ସହ ଜୋରଦାର ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି। ଦଳୀୟ ଶିବିରରେ ଉତ୍ସାହ ଭରିବା ସହ ରାଜ୍ୟରେ ନିର୍ବାଚନୀ ପରିବେଶ ସରଗରମ କରିବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ, ଚଣ୍ଡୀଖୋଲରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦି।

ମୋଦିଙ୍କ ପୂର୍ବରୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଓଡ଼ିଶାର ତିନିଟି କ୍ଲଷ୍ଟରରେ ମୋଟ 13 ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେପି ପକ୍ଷରୁ ରଖାଯାଇଛି ଏହି କାର୍ଯ୍ୟକ୍ରମ। ସାଧାରଣ ସଭା ସହ ବୁଥ୍ ସ୍ତରର କର୍ମକର୍ତ୍ତାଙ୍କ ଅଧିବେଶନ ଓ କର୍ମୀ ସମ୍ମିଳନୀକୁ ସମ୍ବୋଧନ କରିବେ ରାଜନାଥ ସିଂହ।

ଆସନ୍ତାକାଲି ପୂର୍ବାହ୍ନ 11ଟାରେ ନବରଙ୍ଗପୁରର ସର୍କିଟ ହାଉସ ପଡ଼ିଆରେ ରହିଛି ରାଜନାଥଙ୍କର ପ୍ରଥମ କାର୍ଯ୍ୟକ୍ରମ। ନବରଙ୍ଗପୁର ପରେ ଦିନ ସାଢ଼େ ବାରଟାରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ତା ପରେ ଅପରାହ୍ନ 4ଟାରେ ବାରିପଦା ଛଉପଡ଼ିଆ ଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ। ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଦେବେ ରାଜନାଥ। ଓଡ଼ିଶାରେ ଲଗାତାର ବଢୁଛି ବିଜେପିର ଶକ୍ତି । ଆଉ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଭରୁଛି ଅଧିକ ଉତ୍ସାହ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ