ଚୀନରେ ବ୍ୟାପୁଥିବା ନିମୋନିଆକୁ ନେଇ ଆଲର୍ଟ କଲା ରାଜ୍ୟ ସରକାର
by Argus News
Tue, Nov 28 | 4:01 p.m.

ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।

ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ ।  ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ