କାଶିପୁରରେ 5 ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା
by Argus News
Sun, Jun 16 | 11:24 a.m.

ରାୟଗଡା: ରାୟଗଡା କାଶୀପୁର ବ୍ଲକ ମାନୁଷପଦର ଗାଁରେ ଆଜଣା ରୋଗକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ରୋଗର କାରଣ ଖୋଜିବା ସହ ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆଇଏମଆରସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମାନୁଷପଦରରେ ତୁରନ୍ତ ପିଇବା ପାଇଁ ବ୍ୟବସ୍ଥା କରିବା ସହ ଗାଁକୁ ଗାଡ଼ି ଚଳାଚଳା କରିବା ଭଳି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଗାଁରେ ପହଞ୍ଚି ଶନିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ନୂଆ ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ ସହ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି । ବିଜେପିର କୋରାପୁଟ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ମଧ୍ୟ ମାନୁଷପଦର ଯାଇଥିଲେ। 

ଗତ ମାସକ ମଧ୍ୟରେ ମାନୁଷପଦରରେ ଅଜଣା ରୋଗରେ 5 ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ 4 ମୃତକଙ୍କୁ ପରିବାର ଲୋକେ ଡାକ୍ତରଖାନା ନଆଣି ସ୍ଥାନୀୟ ଅଞ୍ଚଳରେ ସଂସ୍କାର କରିଦେଇଥିଲେ। ପଞ୍ଚମ ଆକ୍ରନ୍ତଙ୍କ ମୃତ୍ୟୁପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ତୁରନ୍ତ ତତ୍ପରତା ଦେଖାଇଥିଲେ ରାଜ୍ୟ ସରକାର। ପଞ୍ଚମ ମୃତକଙ୍କ ରକ୍ତ ନମୂନା ପରୀକ୍ଷା ପରେ ମୃତ୍ୟୁର କାରଣ ଶ୍ବାସ ଜନିତ ରୋଗ ଡିପଥେରିଆ ବୋଲି ସ୍ପଷ୍ଟ ହୋଇଛି। ଏବେ ବି 6 ଜଣ ଆକ୍ରାନ୍ତଙ୍କର ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। 

ସୁଦ୍ଧ ପିଇବା ପାଣି ଓ ସ୍ବାସ୍ଥ୍ୟସେବା ଅଭାବରୁ କାଶୀପୁର ଅଞ୍ଚଳରେ ବାରମ୍ବାର ଲୋକେ ବିଭିନ୍ନ ସଂକ୍ରମକ ରୋଗରେ ପ୍ରାଣ ହରାଇଛନ୍ତି। 2022 ନଭେମ୍ବରରେ ଏଠାରେ ଝାଡ଼ାବାନ୍ତି ବ୍ୟାପୀ 10ରୁ ଅଧିକ ଲୋକ ପ୍ରାଣ ହାଇଥିଲେ। ତତକାଳୀନ ବିଜେଡି ସରକାର ଏହାପରେ ପିଇବା ପାଣି ସୁବିଧା ଯୋଗାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ପାଲଟିଥିଲା ପାଣିର ଗାର। ଏବେ ନୂଆ ସରକାର ଏ ଅଞ୍ଚଳରେ ମୌଳିସ ସମସ୍ୟା ପହଞ୍ଚାଇବାକୁ ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଛି।
 

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
36m ago
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
54m ago
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ