ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ
by Argus News
Mon, Oct 28 | 7:58 a.m.

ଅର୍ଗସ ବ୍ୟୁରୋ: ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 98 ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟାରେ ମୋଟ 22 ଲକ୍ଷ 84 ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ 22 ଲକ୍ଷ 32 ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି । ଏବେ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିନି। ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇପାରିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୪୭୦ଟି ଆଶ୍ରୟସ୍ଥଳୀରେ ଏବେ ୩୦ ହଜାର ଲୋକ ଅଛନ୍ତି । ବାତ୍ୟା ସମୟରେ ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ଏରିୟଲ ସର୍ଭେ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା ସମେତ ଚାନ୍ଦବାଲି ସମୁଦ୍ର ତଟବର୍ତ୍ତୀ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭିକ ଆକଳନ ଅନୁସାରେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର 12 ଟି ବ୍ଲକ୍ ର 880 ଟି ଗ୍ରାମ ପଞ୍ଚାୟତ ଓ 4 ହଜାର ଏକ ଶହଟି ଗ୍ରାମରେ ପ୍ରାୟ 2 ଲକ୍ଷ 21 ହଜାର 800 ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ବାତ୍ୟା ପରେ ବନ୍ୟା
3m ago
କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର
ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ । କେଇ ଘଣ୍ଟାର ଝଡ଼ ପବନ ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ଅନେକ କ୍ଷୟକ୍ଷତି କଲା। ବାତ୍ୟା ଯିବା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ବନ୍ୟାର କଷଣ। ପ୍ରବଳ ବର୍ଷ
GOVERNMENT
11m ago
ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନା
VIGILANCE
42m ago
୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର
ଅର୍ଗସ ବ୍ୟୁରୋ: ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟ