ରାତି ଅଧରେ କଲିଂ ବେଲ୍ ବାଜୁଛି; କବାଟ ଖୋଲିଲେ ମହିଳାଙ୍କ କାନ୍ଦିବା ସ୍ୱର ଶୁଭୁଛି
by Argus News
Thu, Jun 13 | 6:31 p.m.

ଅର୍ଗସ ବ୍ୟୁରୋ: ଦୁନିଆରେ ବେଳେ ବେଳେ ରିଲ୍ ରେ ଦେଖିଥିବା ଜିନିଷ ରିଅଲ୍ ରେ ଦେଖିବାକୁ ମିଳେ । ଯାହା ବିଶ୍ୱାସ କରିବା କଷ୍ଟ ହୋଇପଡେ । ଅବଶ୍ୟ କିଛି ସତ ଘଟଣାକୁ ନେଇ ହିଁ ଆମେ ଫିଲ୍ମ କିମ୍ବା ସିରିଏଲ୍ ତିଆରି ହୋଇଥାଏ । ସେମିତି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । 'ସ୍ତ୍ରୀ' ଫିଲ୍ମ ଭଳି ଅବିକଳ ଘଟଣା ସାମନାକୁ ଆସିଛି । ରାତି ଅଧରେ ସଜବାଜ ହୋଇ ଜଣେ ମହିଳା ବୁଲୁଥିବାର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ଗ୍ୱାଲିୟର ଚନ୍ଦନ ନଗର ଅଞ୍ଚଳରେ ଏହି ମହିଳା ଜଣଙ୍କ ରାତି ଅଧରେ ଘର ଘର ବୁଲି କଲିଂ ବେଲ୍ ମାରୁଛନ୍ତି । ଲୋକଙ୍କୁ ଘରୁ ବାହାରକୁ ଡାକୁଛନ୍ତି । କବାଟ ଖୋଲିଲେ କାହାକୁ ଦେଖିବାକୁ ମିଳୁନି । ହେଲେ ଶୁଭୁଛି ମହିଳାଙ୍କ କାନ୍ଦିବା ସ୍ୱର । 

ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ଏମିତିକି କଲିଂ ବେଲ୍ ମାରିଲେ ଲୋକ କବାଟ ଖୋଲିବାକୁ ଡରୁଥିଲେ । କେମିତି ଏଥିରୁ ମୁକ୍ତି ମିଳିବ ଉପାୟ ଖୋଜୁଥିଲେ । ଶେଷରେ ଏନେଇ ଏଫଆଇଆର୍ ଦେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । 

କିଛିଦିନ ଖୋଜିବା ପରେ ଶେଷରେ ପୋଲିସ ହାବୁଡରେ ପଡିଥିଲା ମହିଳା ଜଣଙ୍କ । ପଚାରିବାରୁ ମହିଳା ଜଣଙ୍କ କହିଛନ୍ତି ସେ ଜଣେ ଯୁବକ ସହ ଲିଭ୍ ଇନ୍ ରିଲେସନସିପ୍ ରେ ଥିଲେ । କିନ୍ତୁ ତାଙ୍କ ପ୍ରେମିକ ଜଣଙ୍କ ତାଙ୍କ ଠାରୁ ନାରାଜ ହେଇ ଚାଲିଯାଇଥିଲେ । ହେଲେ ସେ ତାଙ୍କ ପ୍ରେମିକର ଘର ଦେଖିନଥିଲେ । କିନ୍ତୁ ଜାଣିଥିଲେ ଯେ ଏହି ଚନ୍ଦନନଗର ଅଞ୍ଚଳରେ ହିଁ ରୁହନ୍ତି । ତାଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ ବଏଫ୍ରେଣ୍ଡ୍ ପାଇଁ ଭୂତ ପାଲଟିଗଲେ । ମହିଳା ଜଣଙ୍କ ତାଙ୍କ ଘର ଖୋଜିବା ପାଇଁ ରାତି ଅଧରେ ଲୋକଙ୍କ କଲିଂ ବେଲ୍ ମାରି କବାଟ ଖୋଲିବା ପାଇଁ ବାଧ୍ୟ ଲୋକଙ୍କକୁ ବାଧ୍ୟକରାଉଥିଲେ ।  ପ୍ରେମିକକୁ ଖୋଜିବା ପାଇଁ ସେ ଭୂତ ହେଇ ଦୁଆର ଦୁଆର ବୁଲିଲେ। 

ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି ପୋଲିସ । ରାତି ଅଧରେ ମହିଳା ଜଣଙ୍କର ଏପରି ବୁଲିବାକୁ ନେଇ ପୁରା ଅଞ୍ଚଳରେ ଲୋକଙ୍କ ମଧ୍ୟ ଭୟ ଖେଳିଯାଇଛି । 

ଆହୁରି ପଢନ୍ତୁ ଭାରତ ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା