୨୫ ହଜାର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଇପାରିବେ ଚାକିରି
by Argus News
Fri, Feb 23 | 3:38 p.m.

ଅର୍ଗସ ବ୍ୟୁରୋ:  ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ୨୩ଟି ଡାକ ଘରର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପୂର୍ବରୁ ଢେଙ୍କାନାଳ ବସଷ୍ଟାଣ୍ଡରେ ୫ ମହଲା ବିଶିଷ୍ଟ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ୮ଟି ବିଷୟରେ ପିଲାଙ୍କୁ ତାଲିମ୍ ଦିଆଯାଉଛି । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରିଠୁ ନେଇ ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ଦିଆଯିବ ।

୩ରୁ ୪ ମାସ ତାଲିମ୍ ନେଇ ସାର୍ଟିଫିକେଟ ପାଇବା ପରେ ୨୫ ହାଜର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚାକିରି ପାଇପାରିବେ । ସ୍କିଲ୍ ଇଣ୍ଡିଆ ଓ NSDC ଏକାଡେମୀ ଉଦ୍ୟମରେ ଢ଼େଙ୍କାନାଳ ସହରରେ ଆରମ୍ଭ ହୋଇଥିବା ଏହି ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଆଗମୀ ଦିନରେ ଛାତ୍ରଛାତ୍ରୀଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । ଅପରାହ୍ନରେ ଜୋରନ୍ଦା ମେଳା ଯାଇ ସେଠାରେ ମହିମା ସାଧୁଙ୍କୁ ଭେଟିବା ସହ ମେଳାରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ