ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ
by Argus News
Wed, Mar 06 | 1:03 p.m.

ବାରିପଦା : ବାରିପଦା ରକ୍ତଭଣ୍ଡାରରେ ଗତ କିଛିଦିନ ହେବ ରକ୍ତ ସଙ୍କଟ ହେଉଥିବା ଦେଖିବାକୁ ମିଳୁଛି । ଏହି ରକ୍ତଭଣ୍ଡାର ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରୁ ଆସୁଥିବା ରୋଗୀ ନିର୍ଭରଶୀଳ । ବିଶେଷ କରି ଦୁର୍ଘଟଣାଗ୍ରସ୍ତ ତଥା ଥାଲାସେମିଆ ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ଜରୁରୀକାଳୀନ ଭାବେ ରକ୍ତ ଦେବା ଆବଶ୍ୟକ ହୋଇଥାଏ । ଆବଶ୍ୟକ ଅନୁସାରେ ରକ୍ତଦାନ ହେଉନଥିବାରୁ ରକ୍ତ ଭଣ୍ଡାର ରେ ଏବେ ରକ୍ତ ଅଭାବ ଦେଖାଦେଇଛି ।

ଅଧିକ ପଢନ୍ତୁ : ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଏହାକୁ ଦୁର କରିବା ପାଇଁ ଆଜି ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ସହ ରକ୍ତଭଣ୍ଡାରର ଟେକ୍ନିସିଆନ୍ ମାନେ ସ୍ବେଚ୍ଛାକୃତ ଭାବରେ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ  ପରିସରରେ ରକ୍ତଦାନ କରିଛନ୍ତି । ରକ୍ତ କୌଣସି ଠାରୁ କିଣି ହେବନାହିଁ , କେବଳ ଜଣେ ଦାନ କରିଲେ ହିଁ ଅନ୍ୟ ଜଣେ ଏହାକୁ ପାଇ ପାରିବ । ତେଣୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ସମସ୍ତେ  ଆଗକୁ ଆସିବା ଆବଶ୍ୟକ ବୋଲି ପିଆରଏମ ମେଡିକାଲ କଲେଜ ଏଣ୍ଡ ହସପିଟାଲ ସୁପରିଟେଣ୍ଡେଟ୍ ରବିନ୍ଦ୍ରନାଥ ମିଶ୍ର ପ୍ରକାଶ କରିଛନ୍ତି । 

ବାପାଙ୍କ ମୃତ୍ୟୁ ପରେ
now
ବାପାଙ୍କ ମୃତ୍ୟୁ ପରେ ୧୦ ବର୍ଷର ନାବାଳକ ଦେଇଛି ଦୋକାନ: ଆନନ୍ଦ ମହିନ୍ଦ୍ରା କହିଲେ ସାହସୀ ବାଳକ
ଅର୍ଗସ ବ୍ୟୁରୋ: ଦେଖନ୍ତୁ ଏଇ କୁନି ପିଲାଟିକୁ। ଦୁନିଆକୁ ଭଲ ସେ ଦେଖିନି କି ଦୁନିଆ ବିଷୟରେ କିଛି ଜାଣିନି ତଥାପି କୁନି କାନ୍ଧରେ ଉଠାଉଛି ପରିବାରର ବୋଝ। କାହିଁକି ନା ମୁଣ୍ଡରୁ ବାପାଙ୍କ ହା
ଦୁର୍ବୁତ୍ତ
11m ago
ଆକାଉଣ୍ଟକୁ ପଇସା ପଠାଇ ଠକୁଛନ୍ତି ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ : ପାର୍ଟ ଟାଇମ୍ ଜବ କରିବାକୁ ଚାହୁଁଥିଲେ ସାବଧାନ ହୋଇଯାଆନ୍ତୁ। ହୋଇପାରନ୍ତି ଠକାମିର ଶୀକାର। ଅଧିକ ଟଙ୍କା ରୋଜଗାର ଲୋଭରେ ହରାଇପାରନ୍ତି ଜୀବନଯାକର ପୁଞ୍ଜି। ହଁ ଆଜ୍ଞା ପାର୍
MILK
18m ago
ଗରମ କ୍ଷୀି ପିଇବା ଠିକ୍‌ କି ନୁହେଁ ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ବଢ଼ୁଛି ତାତି। ଚାଲିଛି ଗ୍ରୀଷ୍ମ ଋତୁ। ଏଭଳି ସମୟରେ ଗରମ କ୍ଷୀର ପିଉଛନ୍ତି କି। ଏହା ଶରୀର ପାଇଁ ଠିକ୍‌ କି ନୁହେଁ । ଦୌନନ୍ଦୀନ ଜୀବନରେ ସମସ୍ତ