ଚର୍ଚ୍ଚାରେ ପୁରା ଉଁଆସ ଶାଢ଼ୀ
by Argus News
Mon, Sep 02 | 2:18 p.m.

ସୁବର୍ଣ୍ଣପୁର: ଶାଢୀ କହୁଛି ପରମ୍ପରାର କଥା । ଛୋଟ ଛୁଆଙ୍କ ଦ୍ବାରା ଖେଳାଯାଉଥିବା କୁଣ୍ଢି କାଞ୍ଚିରୁ ଆରମ୍ଭ କରି ପ୍ରସିଦ୍ଧ ଲଙ୍କା ପୋଡ଼ିର ଝଲକ ଦେଖିବାକୁ ମିଳିଛି ଏହି ଶାଢୀରେ । ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ କେତେ ସୁନ୍ଦର ଆଉ କେତେ ଉଚ୍ଚ ତାହାର ପରିଚୟ ଦେଉଛି ବାନ୍ଧ ଶାଢୀ । ହାତ ବୁଣା ଏହି ପାଟ ଶାଢୀର ଡିଜାଇନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । 
ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀ । କେତେବେଳେ ଏଠାକାର ହାତବୁଣା ଶାଢୀ ବଲିଉଡ ସେଲିବ୍ରେଟିଙ୍କ ପ୍ରଥମ ପସନ୍ଦ ପାଳଟିଥିବାବେଳେ ରାଜନେତାମାନେ ମଧ୍ୟ ପରିଧାନ କରିଥାନ୍ତି । ତେବେ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ । ନିଆରା ଡିଜାଇନ୍ କରି ବିଶ୍ୱ ଦରବାରରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଏବେ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି ଜଣେ ବାନ୍ଧଶିଳ୍ପି । 

ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଅମାବାସ୍ୟାରେ ପାଳିତ ହେଉଥିବା ସପ୍ତପୂରି ଅମାବାସ୍ୟାକୁ ପୁରା ଉଁଆସ ଭାବେ ପାଳନ କରାଯାଏ । ଯେଉଁ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏହି ହାତ ବୁଣା ପାଟ ଶାଢ଼ୀରେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହନୁମାନପାଲି ଗାଁ ର ଟିକାୟତ ମେହେରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଛନ୍ତି । ଟିକାୟତ ଆଗରୁ ମଧ୍ୟ ପ୍ରଣାମ ଶାଢ଼ୀ ପ୍ରସ୍ତୁତ କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏବେ ପୁରା ଉଁଆସ ଶାଢ଼ୀ ପ୍ରସ୍ତୁତ କରି ପୁଣି ଚର୍ଚ୍ଚାରେ ଅଛନ୍ତି ଟିକାୟତ । 

ଏହି ଶାଢ଼ୀଟା ପ୍ରସ୍ତୁତ କରିବାକୁ ପ୍ରାୟ ମାସେ ସମୟ ଲାଗିଥିବାବେଳେ ଏହା ୩୦ ହଜାର ଟଙ୍କାରେ ବିକ୍ରି ହେବ ବୋଲି କହିଛନ୍ତି ବନ୍ଧଶିଳ୍ପି । ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁଣି ଚର୍ଚ୍ଚାରେ ବୁଣାକାର । ନିଜ ପରମ୍ପରାକୁ ଶାଢୀରେ ସ୍ଥାନ ଦେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି କାରିଗର ।
 

କାଳୀପୂଜା
36m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
36m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
43m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ