24ରେ ସୁଭଦ୍ରା ଭାଙ୍ଗିଲା ମହିଳା ଭୋଟ୍
by Argus News
Mon, Sep 16 | 7:11 p.m.

 ଅର୍ଗସ ବ୍ୟୁରୋ: ସବୁଠି ଚର୍ଚ୍ଚାରେ ସୁଭଦ୍ରା ଯୋଜନା । କୋଟିଏ ମହିଳାଙ୍କ ଭରସା ଓ ବିଶ୍ବାସ ସାଜିଛି ଗୋଟିଏ ଯୋଜନା ସୁଭଦ୍ରା । ଚର୍ଚ୍ଚା ଯେତିକି ରାଜନୀତି ବି ସେତିକି । ୨୪ ବର୍ଷର ସରକାରକୁ ଧରାଶାୟୀ କରିବା ପରେ ଯୋଜନା ପ୍ରତି ବଢୁଥିବା ମହିଳାଙ୍କ ଉତ୍ସାହକୁ ଦେଖି ଚିନ୍ତାରେ ବିଜେଡି । କଂଗ୍ରେସ ବି ଗଣୁଛି ପ୍ରମାଦ । ଯାହାକୁ ନେଇ ବିଜେପିର ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ । ସେମାନେ ସରକାର ବେଳେ ମହିଳାଙ୍କୁ ଛଳ କରିଛନ୍ତି । ତାଙ୍କର ଶାସନକୁ ପ୍ରତ୍ୟାଖାନ କରି ମହିଳା ମାନେ ଆମକୁ ସମର୍ଥନ କରିଛନ୍ତି । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି ।  ଓଡିଶାର ଭଉଣୀ ମାନେ ପୁରା ଉତ୍ସାହିତ ଅଛନ୍ତି । ଜନ୍ମଦିନରେ ଓଡିଶାର ମା ଭଉଣୀଙ୍କ ଆଶ୍ରିବାଦ ନେବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ପାର୍ଟି ମଧ୍ୟ ସରକାରଙ୍କୁ ସହଯୋଗ କରୁଛି ଯୋଜନାର ସଫଳ ପାଇଁ ।

24 ସାଧାରଣ ନିର୍ବାଚନ ତଥ୍ୟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ମତଦାନ ସଂଖ୍ୟା ଥିଲା 1 କୋଟି 63 ଲକ୍ଷ 82 ହଜାର 63 । ବର୍ତ୍ତମାନର ବିଜେପି ସରକାର ସରକାରୀ ଚାକିରିଆ ଓ କରଦାତାଙ୍କୁ ବାଦ୍ ଦେଇ ପ୍ରାୟ 1 କୋଟି 30 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କାର ଆର୍ଥିକ ସହୟତା ଦେବାକୁ ଯାଉଛନ୍ତି । ତେଣୁ ଚର୍ଚ୍ଚା ହେଉଛି ମହିଳା ଭୋଟ୍ କ୍ଷେତ୍ରରେ ଏହି ସୁଭଦ୍ରା ଯୋଜନା ବିଜେପିକୁ ଅଧିକ ମଜବୁଥ୍ କରିବା ସହ ବିଜେଡିର ଦମ୍ଭ ଭାଙ୍ଗି ଦେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
45m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ