ସୁନ୍ଦରଗଡ଼: ପାଣି ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦବେଗ
by Argus News
Mon, Feb 12 | 9:32 a.m.

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତବେଳେ ପାଣି ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦବେଗ। ଲୋକଙ୍କ ଅଭିଯୋଗ ପରେ ରାତି ଅଧରେ ଜବରଦସ୍ତପଡାରେ ପହଞ୍ଚି ପାନୀୟ ଜଳ ସମସ୍ୟା ସଂପର୍କରେ ବୁଝିଛନ୍ତି ଗର୍ଭର୍ଣ୍ଣର । ଏହି ଅଞ୍ଚଳରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ପାଣି ଓ ଶୁଖିଲା ପଡିଥିବା ପୋଖରୀ ସମସ୍ୟା ବୁଲି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ସୁନ୍ଦରଗଡ଼ ଗସ୍ତ ସମୟରେ ରାସ୍ତାକଡ଼ରେ ଜବରଦସ୍ତପଡାର ଶତାଧିକ ଗ୍ରାମବାସୀ ରାଜ୍ୟପାଳଙ୍କ ଗାଡିକୁ ଅଟକାଇଥିଲେ । ସେମାନଙ୍କ ଅଞ୍ଚଳରେ ଥିବା ପାଣି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ରାଜ୍ୟପାଳ ରାତିରେ ଜବରଦସ୍ତପଡା ଯାଇ ସେମାନଙ୍କ ସମସ୍ୟା ବୁଲି ଦେଖିବା ସହ ଉଦବେଗ ପ୍ରକାଶ କରିଛନ୍ତି ।

ଏନେଇ ସେ ରାଜ୍ୟ ସରକାରଙ୍କୁ ସେ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟପାଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜଲ୍ ଜୀଭନ୍ ମିଶନ୍ ଯୋଜନା ଆମ ମା ଓ ଭଉଣୀଙ୍କ ଜୀବନକୁ ସହଜ କରିଛି । ସେମାନେ ସହଜରେ ନିଜ ଘରେ ପାଣି ପାଉଛନ୍ତି । କିନ୍ତୁ ଜବରଦସ୍ତାର ଲୋକଙ୍କ ସମସ୍ୟାକୁ ଦେଖି ଦୁଃଖ ଲାଗିଲା କହିଛନ୍ତି ରାଜ୍ୟପାଳ । ଏନେଇ ଜିଲ୍ଲା ପ୍ରଶାସନକୁ ଏକ ରିପୋର୍ଟ ପ୍ରସ୍ତୁତ କରି ସମସ୍ୟାର ସମାଧାନ ପାଇଁ ତାଗିଦ୍ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତ କିଛି ଦିନ ତଳେ ସୁନ୍ଦରଗଡ଼ ଓ ରାଉରକେଲାରେ ଦୂଷିତ ପାଣି ଯୋଗୁଁ ହଇଜାରେ ଅନେକ ଲୋକଙ୍କ ଜୀବନ ଯାଇଛି । ଯାହାକି ରାଜ୍ୟ ସରକାରଙ୍କ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଓ ବସୁଧା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
19m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
22m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ