ମହାକାଶରୁ ପ୍ରେସ କନଫରେନ୍ସ କଥା ହେଲେ ସୁନିତା
by Argus News
Mon, Sep 16 | 7:38 a.m.

ଅର୍ଗସ ବ୍ୟୁରୋ : ମହାକାଶରେ ପ୍ରେସ କନଫରେନ୍ସ । ଇଣ୍ଟରନେସନାଲ୍ ସ୍ପେସ୍ ଷ୍ଟେସନ୍ ରୁ  ମିଡିଆର ପ୍ରଶ୍ନର ଉତ୍ତର ଦେଇଛନ୍ତି ମହାକାଶଚାରୀ ସୁନିତା ଉଇଲିଅମସ୍ ଏବଂ ବୁଚ୍ ଉଇଲ୍ମର୍ ।ସ୍ପେସ୍ ରେ ସେମାନେ ତାଙ୍କୁ ଦିଆଯାଇଥିବା କାମ କରୁଛନ୍ତି । ପୃଥିବୀ କୁ ଫେରିବା ଡେରି ହେବାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ସୁନିତା...ନାସା ତାଙ୍କୁ ଏବଂ ତାଙ୍କ ସହଜୋଗୀ ମହାକାଶଚାରୀଙ୍କୁ ୮ ଦିନ ପାଇଁ ମହାକାଶକୁ ପଠାଇଥିଲେ । କିନ୍ତୁ ଏହା ବର୍ତ୍ତମାନ ୮ ମାସ  ହେବାକୁ ଯାଉଛି । କିନ୍ତୁ ସେପରି ସ୍ଥିତି ବେଳେ ବେଳେ ସୃଷ୍ଟି ହୋଇଥାଏ । ସେ ମହାକାଶରେ ତାଙ୍କର କାମ କରୁଛନ୍ତି କିନ୍ତୁ ସେ ସେଠାରେ ଖୁସି ଅଛନ୍ତି ବୋଲି କହିଛନ୍ତି ସୁନିତା ଉଇଲିଅମସ୍ । ଏହା ସହିତ ଆଗକୁ ଆମେରିକାର ନିର୍ବାଚନ ଆସୁଥିବାରୁ ସେମାନେ ସ୍ପେସ୍ ରୁ ହିଁ ଅନଲାଇନ ବାଲଟ୍ରେ ଭୋଟ ଦେବେ ବୋଲି କହିଛନ୍ତି ଦୁଇ ମହାକାଶଚାରୀ ।

ଅଧିକ ପଢନ୍ତୁ : ପୃଥିବୀକୁ ସୁରକ୍ଷିତ ଭାବେ ଫେରିଲା ବୋଇଙ୍ଗ ଷ୍ଟାର ଲାଇନର

 ବୋଇଙ୍ଗ ନିର୍ମିତ୍ ସ୍ପେସକ୍ରାପ୍ଟ ଷ୍ଟାରଲାଇନର ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁସି ପ୍ରକଟ କରିଛନ୍ତି ସୁନୀତା । ବିନା କୌଣସି ସମସ୍ୟାରେ ଷ୍ଟାରଲାଇନର ପୃଥିବୀରେ ଲ୍ୟାଣ୍ଡ୍ କରିଥିବାରୁ ସେ ଖୁସି ବୋଲି କହିଛନ୍ତି ସୁନୀତା । ଏଥିପାଇଁ ନାସା ଟିମ୍ ଧନ୍ୟବାଦର ପାତ୍ର ବୋଲି ସୁନୀତା କହିଛନ୍ତି ।   ସେ ଏହି ମିଶନରୁ ଅନେକ କିଛି ଶିଖିଛନ୍ତି ବୋଲି ବୁଚ୍ ୱିଲମୋର କହିଛନ୍ତି। ଏହି ଅନୁଭୂତି ଭବିଷ୍ୟତରେ ତାଙ୍କର କାମରେ ଆସିବ । 

ଷ୍ଟାରଲାଇନର କ୍ୟାପସୁଲ ଯୋଗେ ହିଁ ସୁନୀତା ଓ ୱିଲମୋର ଆଇଏସଏସକୁ ଜୁନ୍‌ରେ ଆସିଥିଲେ । ମିଶନର ଅବଧି ୮ ଦିନ ଥିଲେ ମଧ୍ୟ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିପାରିନଥିଲେ ସୁନୀତା ଓ ବୁଚ୍ । ଫେବ୍ରୁଆରୀ ମାସରେ ଆଉ ଏକ ମହାକାଶ ଯାନରେ ପୃଥିବୀ ଫେରିବେ ଦୁଇ ମହାକାଶଚାରୀ ।

ବାଲେଶ୍ବର ବନ୍ୟା
23m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
54m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
59m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ