ଅର୍ଗସ ବ୍ୟୁରୋ:ସୁନିତାଙ୍କ ବିନା ପୃଥିବୀକୁ ଫେରିଲା ଷ୍ଟାର ଲାଇନର୍।ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ କୌଣସି କ୍ରୁ ସଦସ୍ୟଙ୍କ ବିନା ସ୍ପେସ୍ ଷ୍ଟେସନ ଛାଡି ସୁରକ୍ଷିତ ଭାବେ ପୃଥିବୀ ଫେରିଛି। ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ନିରାପଦ ଭାବେ ଲ୍ୟାଣ୍ଡି କରିଛି। ଶୁକ୍ରବାର ଦିନ ଆମେରିକାର ସମୟ ସନ୍ଧ୍ୟା ୬ଟା ୦୪ରେ ଷ୍ଟାରଲାଇନର୍ ସଫଳତାର ସହିତ ସ୍ପେସ୍ ଷ୍ଟେସନ୍ ଛାଡିଥିଲେ । ରାତି ୧୧ଟା ୧୭ରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା ଏବଂ ତାଙ୍କ ସାଥି । ତାଙ୍କ ମହାକାଶର ମିଶନ ରହିଥିଲା ୮ ଦିନ। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମାନଙ୍କୁ ଫେରାଇ ଆଣିବାରେ ଅସଫଳ ହୋଇଥିଲା ଫଳରେ ମହାକାଶରେ ଫସିରହିଥିଲେ ସୁନୀତା । ବର୍ତ୍ତମାନ ସୁନୀତା ଏବଂ ତାଙ୍କ ସାଥିଙ୍କୁ ନଆଣି ପ୍ରଥମେ ଷ୍ଟାରଲାଇନର ପୃଥିବୀକୁ ଫେରିଛି।