ମହାକାଶରେ କେମିତି ଜନ୍ମଦିନ ପାଳିଲେ ସୁନିତା ?
by Argus News
Thu, Sep 19 | 7:33 p.m.

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମହାକାଶଚାରୀ ସୁନୀତା ୱିଲିୟମ୍ସ । କାରଣ ଆଜି ତାଙ୍କର ଡେଥ୍‌ ଅପ୍‌ ବର୍ଥ ବା ଜନ୍ମଦିନ । ମହାକାଶରୁ ଫେରିବାରେ ଅସୁବିଧା ଥିବାରୁ ଏବେ ବି ସେ ଅନ୍ତରୀକ୍ଷରେ ଅଛନ୍ତି । ହେଲେ ପୁରା ବିଶ୍ଵ ତାଙ୍କୁ ୱିସ କରୁଛି । କେମିତି ଭଲରେ ସେ ଫେରିବେ ସେନେଇ ପ୍ରାର୍ଥନା ବି କରାଯାଉଛି । 

ଲେଡି ଆଷ୍ଟ୍ରୋନଟ ସୁନୀତା ୱିଲିୟମ୍ସ । ୧୯ ସେପ୍ଟେମ୍ବର ୧୯୬୫ରେ ସେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ଅହମ୍ମଦାବାଦରେ ଘର ତାଙ୍କର । ବର୍ତ୍ତମାନ, ନାସା ପକ୍ଷରୁ ଏକ ସ୍ପେଶ୍ ମିଶନ୍ ଯିବା ପରେ ସେ ସେଠାରେ କିଛି ମାସ ହେବ ଅଛନ୍ତି । ସୁନିତା ୱିଲିୟମ୍ସ ୫ଜୁନ୍ ୨୦୨୪ରେ ବୋଇଙ୍ଗର ଷ୍ଟାରଲିନର୍ କ୍ୟାପସୁଲରେ ସ୍ପେସ୍ ଷ୍ଟେସନକୁ ଯାଇଥିଲେ । ହେଲେ ସେଠାରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଫେରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ସୂଚନା ଅନୁସାରେ, କ୍ୟାପସୁଲରେ କିଛି ତ୍ରୁଟି ଦେଖାଯାଇଥିଲା । ଏହି କ୍ୟାପସୁଲରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସମସ୍ୟା ଉପୁଜିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନିତା ୱିଲିୟମ୍ସ ସ୍ପେଶ୍ ଷ୍ଟେସନରେ ଅଛନ୍ତି । ସବୁଠୁ ବଡ ସମସ୍ୟା ହେଉଛି କ୍ୟାପସୁଲ୍ ଅର୍ଥାତ୍ ଷ୍ଟାରଲାଇନ୍‌ର ପାଞ୍ଚଟି ସ୍ଥାନରେ ହିଲିୟମ୍ ଗ୍ୟାସ୍ ଲିକ୍ ହେଉଥିଲା । 

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ମୂଳ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଜୁନ୍ ୧୩,୨୦୨୪ରେ ପୃଥିବୀକୁ ଫେରିବାର ଥିଲା । ହେଲେ ଏବେ ସେ ସ୍ପେସ୍ ଷ୍ଟେସନରେ ଅଟକି ରହିଛନ୍ତି । ସୁନୀତାଙ୍କ ସହ ଆମେରିକାର ମହାକାଶଚାରୀ ବରୀ ବଚ ୱିଲମର ମଧ୍ୟ ଫେରିବା କଥା, ସେ ମଧ୍ୟ ଫସି ରହିଛନ୍ତି । କିନ୍ତୁ ଉଭୟ କେବେ ପୃଥିବୀକୁ ଫେରିବେ ସେନେଇ କୌଣସି ସୂଚନା ନାସା ପାଖରେ ବି ନାହିଁ ।

ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସଙ୍କର ପ୍ରକୃତ ନାଁ ହେଲା ସୁନୀତା ଲିନ୍ ପାଣ୍ଡିଆ ୱିଲିୟମ୍ସ । ସେ ଆମେରିକାର ଓହିଓର ଇଉକ୍ଲିଡ୍ ସହରରେ ଜନ୍ମଗ୍ରହଣ କରିଥିଲେ । ବାପା ଡକ୍ଟର ଦୀପକ ଏନ୍ ପାଣ୍ଡ୍ୟା ଜଣେ ଜଣାଶୁଣା ସ୍ନାୟୁବିଜ୍ଞାନୀ । ୧୯୫୮ରେ ଅହମ୍ମଦାବାଦରୁ ଆମେରିକାର ବୋଷ୍ଟନରେ ରହିଥିଲେ ୱିଲିୟମ୍ସ । ମାସାଚୁସେଟ୍ସରେ ହାଇସ୍କୁଲ୍ ପାଠ ସାରିବା ପରେ ସୁନୀତା ୧୯୮୭ରେ ମିଳିତ ଜାତିସଂଘର ନାଭାଲ୍ ଏକାଡେମୀରୁ ଶାରୀରିକ ବିଜ୍ଞାନରେ ବିଏସ୍ (ସ୍ନାତକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତା’ପରେ ୧୯୯୫ରେ ସେ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ଏମଏସ ଡିଗ୍ରୀ ହାସଲ କରିଥିଲେ । ହେଲେ ଏବେ ସେ ମହାକାଶରେ ଥିବାରୁ ପୁରା ବିଶ୍ଵ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ।
 

ଟେଷ୍ଟ
43m ago
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲ
ପଶୁ ଚର୍ବି
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତ
ଲୁଣିଆ ଗୁଳିକାଣ୍ଡ
ମନେପଡ଼େ ଲୁଣିଆ ଗୁଳିକାଣ୍ଡ,ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ୯ ସଂଗ୍ରାମୀ
ଅର୍ଗସ ବ୍ୟୁରୋ:ଇତିହାସର ପୃଷ୍ଠା ଓଲଟାଇଲେ,ଆଜିବି ମନରେ ଗୁଞ୍ଜରିତ ହୁଏ ସଂଗ୍ରାମୀ ମାନଙ୍କର ବୀରତ୍ବର ଗାଥା। କେବେ ସାଲିସ୍ କରିବା ଶିଖିନଥିଲେ ସେମାନେ, ନୁଆଇଁନଥିଲେ ଇଂରେଜଙ୍କ ଆଗର