18 ଘଣ୍ଟା ବିତିଗଲାଣି ଶିଶୁକନ୍ୟାର ଶବକୁ ଛାଡୁନି ମାଆ 
by Argus News
Sun, Mar 17 | 1:28 p.m.

ରାଉରକେଲା: ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ । 21 ଦିନ ପୂଜା କଲେ ମୃତ ଝିଅ ଜୀବିତ ହୋଇଯିବ କହି ଜିଦରେ ଅଟଳ ମାଆ । 18 ଘଣ୍ଟା ବିତିଗଲାଣି ଶିଶୁକନ୍ୟାର ଶବକୁ ଛାଡୁନାହିଁ ମାଆ । ରାଉରକେଲା ଟାଙ୍ଗରପାଲି ଥାନା ସୋନାପର୍ବତ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । 

ଗତକାଲି ଅପରାହ୍ନରେ ଘର ପାଖରେ ଖେଳୁଥିବାବେଳେ 5 ବର୍ଷ ଶିଶୁକନ୍ୟାକୁ ସାପ କାମୁଡ଼ି ଦେଇଥିଲା । ଶିଶୁକୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶିଶୁକନ୍ୟାର ମୃତଦେହ ଶବଗୃହରେ ରଖାଯାଇଥିଲା । ହେଲେ ଅନ୍ଧବିଶ୍ବାର ବଶବର୍ତ୍ତୀ ହୋଇ ମୃତ ଶିଶୁର ମାଆ ଝିଅ ଦେହରେ ଜୀବନ ଅଛି, 21 ଦିନ ପୂଜା ପାଠ କଲେ ସେ ବଞ୍ଚିଯିବ କହି ଶବ ଗୃହର ତାଲା ଭାଙ୍ଗି ମୃତ ଝିଅକୁ ଧରି ଘରେ ପହଞ୍ଚିଥିଲା । 

ପରେ ରଘୁନାଥପାଲି ପୋଲିସ ଘରେ ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ଦୀର୍ଘ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମୃତ ଶିଶୁକନ୍ୟା ବଞ୍ଚିଯିବ କହି ଜିଦରେ ଅଟଳ ରହିଛି ମାଆ ।

ଆହୁରି ପଢନ୍ତୁ ଓଡିଶା ଖବର...
 

HOROSCOPE
24m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
29m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
50m ago
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ