କଳା ଦାଗ ଲିଭିଯିବ ଏହି ଚାରୋଟି ଘରୋଇ ଉପଚାରରେ
by Argus News
Mon, Sep 23 | 4:16 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହି କଳାଦାଗଗୁଡିକ ସମସ୍ତିଙ୍କ ପାଖରେ ଦେଖାଗଲାଣି । ଆଖି ଆମ ଚେହେରାର ସନ୍ଦର୍ଯ୍ୟ ବଢେଇଥାଏ । କିନ୍ତୁ ଯେତେବେଳେ ସେହି ସୁନ୍ଦର ଆଖି ତଳେ କଳା ଦାଗ ଦେଖାଯାଏ , ସେତେବେଳେ କ'ଣ ହୁଏ? ଏହା ପୁରା ଆମ ଚେହେରାର ସନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ ।

କଳାଦାଗର କାରଣ :-
କଳାଦାଗ  ପଛରେ ଅନେକ କାରଣ ଥାଇପାରେ । ଅତ୍ୟଧିକ ଚାପ ଯୋଗୁଁ ଆଖି ତଳେ କଳାଦାଗ  ହେଖାଯାଏ। ଏହା ବ୍ୟତୀତ, କମ୍ ନିଦ ,ଡିହାଇଡ୍ରେସନ୍ , ବୟସ ବଢିବା ଏବଂ ଖରାପ ଜୀବନଶୈଳୀ ଯୋଗୁଁ  ଆଖି ତଳେ କଳାଦାଗ ପଡିଯିବାର ଦେଖାଯାଇଥାଏ। ଏହା ଛଡା ପ୍ରତିଦିନ ରାତିରେ ୭-୮ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ବହୁ ପରିମାଣର ପାଣି ପିଅନ୍ତୁ। ସୂର୍ଯ୍ୟକରିଣକୁ ଯିବା ପୂର୍ବରୁ ଆପଣଙ୍କ ମୁହଁରେ ସନସିନ୍ କ୍ରିମ ଲଗାନ୍ତୁ।

ଏହି ଘରୋଇ ଉପଚାର ଗ୍ରହଣ କରି କଳାଦାଗଗୁଡିକ ଦୂରେଇଦିଅନ୍ତୁ 

କଞ୍ଚା ଆଳୁ:- କଞ୍ଚା ଆଳୁ ସାହାଯ୍ୟରେ କଳାଦାଗଗୁଡିକ ସହଜରେ ବାହାର କରାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା ଆଳୁର ରସ ବାହାର କରନ୍ତୁ। ଏହି ଆଳୁର ରସକୁ ଅଳ୍ପ ବୁନ୍ଦା ଲେମ୍ବୁ ସହିତ ମିଶାନ୍ତୁ ।ତା'ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାଇଲେ ଆଖି ତଳେ ଥିବା କଳା ଦାଗ ଛାଡି ଯିବ।

ଚା-ବ୍ୟାଗ:- ଚା-ବ୍ୟାଗ ମଧ୍ୟ ଶୀଘ୍ର କଳାଦାଗକୁ ଦୂରେଇଥାଏ। ଏଥିପାଇଁ ଚା ବ୍ୟାଗକୁ କିଛି ସମୟ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ଏହାକୁ ରେଫ୍ରିଜରେଟରରେ ଥଣ୍ଡା କରନ୍ତୁ । କିଛି ସମୟ ପରେ, ଏହାକୁ ବାହାର କରି ଆଖିରେ ରଖି ଶୋଇପଡନ୍ତୁ । ଏହା ଆଖିକୁ ଥଣ୍ଡା ରଖିବ ଏବଂ କଳାଦାଗକୁ  ବାହାର କରିଦବ।

କାକୁଡି:- କଳାଦାଗକୁ ହଟାଇବା ପାଇଁ କାକୁଡି  ଏକ ଭଲ ପ୍ରତିକାର। ଏଥିପାଇଁ କାକୁଡିକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ତା'ପରେ ଏହାକୁ  ଖଣ୍ଡ ଖଣ୍ଡ କରି ଆଖି ତଳେ ଥିବା  କଳାଦାଗ ଉପରେ ୧୦-୧୫ ମିନିଟ ରଖି  ବିଶ୍ରାମ କରିବା ପରେ କାକୁଡି ଖଣ୍ଡଗୁଡିକୁ ବାହାର କରନ୍ତୁ । ଏହା କରିବା ଦ୍ବାରା ଆପଣ ଖୁବ୍ ଶୀଘ୍ର କଳାଦାଗରୁ ମୁକ୍ତି ପାଇପାରିବେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

BASUDHA YOJANA
13m ago
ଦୁର୍ଗମରେ ବସୁଧା ଧୋକା
ଅର୍ଗସ ବ୍ୟୁରୋ: ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କ
BJD
18m ago
ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା
ଅର୍ଗସ ବ୍ୟୁରୋ: ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ ଦେ
HOUSING SCHEME
29m ago
ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ
ଅର୍ଗସ ବ୍ୟୁରୋ: ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡ