ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ
by Argus News
Wed, Apr 03 | 9:15 p.m.

ଅର୍ଗସ ବ୍ୟୁରୋ : ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ । ନିଜ ପୁଅ ପାଇଁ ବିବାଦ ଫସିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସେପଟେ ସୁରଙ୍କ କାମ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କଲା ରାଜ୍ୟ କଂଗ୍ରେସ । ସୁରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ନୋଟିସ । 

ଭିଡ଼ିଓରେ ଦେଖିବାକୁ ମିଳିଛି କି,  ମୁଁ ସିମ୍ବଲକୁ ଯିବିନି ହେଲେ ଦୁଇଟି ଶଙ୍ଖକୁ ବାଡେଇ ଦିଅ ବୋଲି କହିଛନ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର କୌଣସି ଏକ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହ ସୁରଙ୍କ ଭିଡିଓ ଭାଇରଲ ହେବାର ଲାଗିଛି । ଉତ୍ତରରେ ସୁଶାନ୍ତ ଆସିବ ବୋଲି ଲୋକଙ୍କୁ କହୁଛନ୍ତି ସୁର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ସୁର । ମନ୍ମଥ ବିଜେଡିରେ ମିଶିବା ଦିନ ସୁରଙ୍କ ଉପସ୍ଥିତି ଓ କିଛି ବୟାନକୁ ନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ କରିଛି କଂଗ୍ରେସ । ସେପଟେ ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ । କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି  । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ