ଐତିହାସିକ ଜଗନ୍ନାଥ ଦାସଙ୍କ ବହିରେ ରେଭେନସାଙ୍କ ଜୁଲମର କଳା କାହାଣୀ
by Argus News
Tue, Sep 03 | 8:35 p.m.

ଅର୍ଗସ ବ୍ୟୁରୋ: ରେଭେନସା ନାଁ ପରିବର୍ତ୍ତନ ବିବାଦ ଭିତରେ ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସଭ୍ୟ ସମାଜ ଏ ପ୍ରସଙ୍ଗରେ ତର୍ଜମା କରିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ। କନ୍ନଟ ପ୍ୟାଲେସର ନାଁ କାହିଁକି ପରିବର୍ତ୍ତନ ହେଲା, ରାଜ ପଥ କାହିଁକି କର୍ତ୍ତବ୍ୟ ପଥ ହେଲା ଏହା ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ। 

ଏଥିସହ ଜଣେ ଅତ୍ୟାଚାରୀ ବ୍ରିଟିଶ୍ ପ୍ରଶାସକ ଭାବେ ଟି. ଇ ରେଭେନସା କିପରି ଓଡ଼ିଆଙ୍କୁ ଯାତନା ଦେଉଥିଲେ ଏବଂ ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଆ ଅନାହାରରେ ମରୁଥିବାବେଳେ ରେଭେନସା ସାହେବ କିପରି ୭୦ ଦିନିଆ ଟୁରର ବାହାରିଥିଲେ ତାହା ବର୍ଣ୍ଣନା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ। 

ଐତିହାସିକ ଜଗନ୍ନାଥ ପ୍ରସାଦ ଦାସ ତାଙ୍କ ପୁସ୍ତକ ଦେଶ କାଳ ପାତ୍ରରେ ନଅଙ୍କ ଦୁର୍ଭିକ୍ଷର ଖଳନାୟକ ଭାବେ ଟି.ଇ ରେଭେନସାଙ୍କ ଭୂମିକାର କରିଛନ୍ତି ବର୍ଣ୍ଣନା। ବହିର ୧୫୦ ପୃଷ୍ଠାରେ ସେ ଲେଖିଛନ୍ତି ଦୁର୍ଭିକ୍ଷର କାରଣ ଅନୁସନ୍ଧାନ ପାଇଁ ଗଠିତ କମିଶନ ଯେଉଁ ଅଫିସରମାନଙ୍କର ଜମାନବନ୍ଦୀ ନେଇଥିଲେ ସେମାନେ ରେଭେନସାଙ୍କୁ ଦୁର୍ଭିକ୍ଷ ପରିସ୍ଥିତି ପାଇଁ ଦାୟୀ ମଣୁଥିଲେ। କାରଣ ଓଡ଼ିଶାରେ ପ୍ରଚୁର ଶସ୍ୟ ଅଛି ବୋଲି ଭାବି ରେଭେନସା ଚାଉଳ ମଗାଇବାକୁ ମନା କରିଥିଲେ।  ସେହିପରି ଦୁର୍ଭିକ୍ଷ କମିଶନ ତାଙ୍କ ରିପୋର୍ଟରେ ରେଭେନସା କମିଶନର ପଦ ପାଇଁ ଉପଯୁକ୍ତ ନୁହନ୍ତି ବୋଲି ଦର୍ଶାଇବା ସହ ତାଙ୍କୁ ଦୋଷୀ ବୋଲି ଲେଖିଥିଲେ। ଐତିହାସିକ ଜଗନ୍ନାଥ ଦାସ ତାଙ୍କ ପୁସ୍ତକରେ ଏହା ଲେଖିଛନ୍ତି। ଏହା ସ୍ପଷ୍ଟ କରୁଛି ରେଭେନସା ଓଡ଼ିଶା ପାଇଁ ଜଣେ ଖଳନାୟକ ଥିଲେ। ଏବେ ପ୍ରଶ୍ନ ଉଠୁଛି ଏଭଳି । 

ଅତ୍ୟାଚାରୀ ବ୍ରିଟିଶ୍ ଅଫିସରର ନାଁ ପରିବର୍ତ୍ତନକୁ କାହିଁକି ବିଜେଡି ସମେତ କିଛି ମୁଷ୍ଟିମେୟ ଛାତ୍ର ଓ ପୂରାତନ ଛାତ୍ର ବିରୋଧ କରୁଛନ୍ତି। ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁ ପାଇଁ ଦୋଷୀ ଜଣେ ବିଦେଶୀ କିପରି କାହା ପାଇଁ ଗୌରବର ଅଧିକାରୀ ହୋଇପାରିବ ?

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ