ଲୋକସଭା ନିର୍ବାଚନ ଲଢ଼ିପାରିବିନି ସୁଶୀଲ ମୋଦୀ
by Argus News
Wed, Apr 03 | 5:51 p.m.

ଅର୍ଗସ ବ୍ୟୁରୋ: ୬ମାସ ହେଲାଣି କର୍କଟ ସହ ଲଢ଼ୁଛି। ଲୋକସଭା ନିର୍ବାଚନ ଲଢ଼ିପାରିବି ନାହିଁ। ଆଜି ଏଭଳି ଖୁଲାସା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ । ଏକ୍ସରେ ପୋଷ୍ଟ କରି ସେ ନିଜ ରୋଗ ବିଷୟରେ ଜଣାଇଛନ୍ତି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, “ମୁଁ ୬ମାସ ହେଲାଣି କର୍କଟ ସହ ଲଢ଼ୁଛି। ତେଣୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରିବି ନାହିଁ। ବର୍ତ୍ତମାନ ମୁଁ ଅନୁଭବ କଲି ଯେ ଲୋକମାନଙ୍କୁ ମୋ କର୍କଟ ରୋଗ ବିଷୟରେ କହିବାକୁ ସମୟ ଆସିଛି। ମୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇସାରିଛି। ମୁଁ ଦେଶ, ବିହାର ଏବଂ ଭାରତୀୟ ଜନତା ପାର୍ଟି ପାଇଁ ସର୍ବଦା କୃତଜ୍ଞ ଏବଂ ଉତ୍ସର୍ଗୀକୃତ। ”

ଏହାପୂର୍ବରୁ ଫେବୃଆରିରେ ଯେତେବେଳେ ବିଜେପି ବିହାରରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ସେତେବେଳେ ତାଲିକାରେ ସୁଶୀଲ ମୋଦୀଙ୍କ ନାମ ନଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଜାଣିବା ପାଇଁ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସୁଶୀଲ ନିଜ ତରଫରୁ କାରଣ ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ