ଡାକ୍ତରଙ୍କ ପରାମର୍ଶ ବିନା ଖାଉଛନ୍ତି କି ପେନ୍ କିଲର୍ ? ହୋଇଯାଆନ୍ତୁ ସାବଧାନ
by Argus News
Tue, Apr 02 | 4:01 p.m.

ଅର୍ଗସ ବ୍ୟୁରୋ: ଆପଣ ଯଦି ଡାକ୍ତରଙ୍କ ପରାମର୍ଶ ବିନା କୌଣସି ବି ମେଡସିନ୍ ଖାଉଛନ୍ତି ତେବେ ସତର୍କ ହେଇଯାଆନ୍ତୁ । କାରଣ ଏହା ଦ୍ବାରା ଆପଣଙ୍କ ଶରୀର ଉପରେ ପଡିପାରେ ଅନେକ ନକରାତ୍ମକ ପ୍ରଭାବ । ଏହା ଦ୍ହାରା ଆପଣଙ୍କ କିଡନୀ ବି ଫେଲ ହୋଇପାରେ। ସାଧାରଣତଃ ଆଗରୁ 40 ବର୍ଷ ଅତିକ୍ରମ କଲେ ଓ ବୃଦ୍ଧ ବୃଦ୍ଧା ମାନେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି । କିନ୍ତୁ ଏବେ ଏହି ରୋଗରେ ଯୁବପିଢି ବେଶି ଆକ୍ରାନ୍ତ ହେଉଛନ୍ତି । 

ଡାକ୍ତରଙ୍କ କହିବା ଅନୁସାରେ ଯୁବପିଢ଼ିଙ୍କ ଲାଇଫ ଷ୍ଟାଇଲ ହିଁ ସେମାନଙ୍କ ପାଇଁ ଘାତକ । ସାଧାରଣତଃ ଗୋଡ ବିନ୍ଧିଲେ କି ମୁଣ୍ଡ ବିନ୍ଧିଲେ କି ଦାନ୍ତ ବିନ୍ଧିଲେ ଆମ ଡାକ୍ତରଙ୍କ ପରାମର୍ଶ ନ କରି ଦୋକାନରୁ କିଣି ମେଡିସିନ ଖାଇଥାଉ। ଏମିତି କରିବା ଦ୍ବାରା ଏହାର କୁପ୍ରଭାବ ଆମ କିଡନୀ ଉପରେ ପଡିଥାଏ। ପ୍ରାଥମିକ ସ୍ତରରେ ଏହା ଜଣା ପଡେ ନାହିଁ । ଆଉ ଜାଣିଲା ବେଳକୁ ଆମ କିଡନୀ ନଷ୍ଟ ହୋଇଥାଏ । ଏମିତିକି ଅନେକ ରୋଗୀଙ୍କୁ କିଡନୀ ପ୍ରତିରୋପଣ ବି କରିବାକୁ ପଡେ । ତେବେ ଯଦି ଆପଣଙ୍କୁ ଭୋକ ନ ଲାଗୁଛି, ପାଦ ଫୁଲୁଛି, ହାଲିଆ ଲାଗୁଛି , ରାତିରେ ବାରମ୍ବାର ପରିଶ୍ରା ଲାଗୁଛି ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । 

ବଦଳୁଛି ସମୟ । ତା ସହ ବଦଳୁଛି ଲୋକଙ୍କ ଅଭ୍ୟାସ । ଲୋକଙ୍କ ପାଖରେ ସମୟ କମ ଥିବାରୁ ସେମାନେ କମ ସମୟରେ କାମ ସାରିବା ଉଦ୍ଦେଶ୍ୟରେ ମୃତ୍ୟକୁ ଡାକୁଛନ୍ତି । ନିଜର ଲାଇଫ ଷ୍ଟାଇଲ ଉପରେ ଜମା ବି ଧ୍ୟାନ ଦେଉନାହାନ୍ତି । ଯଦି ନିଜର ଶରୀର ପ୍ରତି ଆପଣ ଧ୍ୟାନ ଦେଉନାହାନ୍ତି ତେବେ ଆପଣ ରୋଗକୁ ଆମନ୍ତ୍ରଣ କରିଛନ୍ତି । 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ