ଦୀର୍ଘଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶିକ୍ଷକ ନିଲମ୍ବିତ
by Argus News
Fri, Dec 08 | 6:57 p.m.

ଭଦ୍ରକ: କାର୍ଯ୍ୟରେ ଅବହେଳା ଓ ଦୀର୍ଘ ଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶେଷରେ ଶିକ୍ଷକଙ୍କୁ ନିଲମ୍ବନ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଘଟଣା ବାସୁଦେବପୁର ବ୍ଲକର କରଂଜାଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ । ନିଲମ୍ବନ ହେଇଥିବା ଶିକ୍ଷକ ହେଉଛନ୍ତି ପଙ୍କଜ ମହାଳିକ । 

ତେବେ ଶିକ୍ଷକ ଜଣକ ପୂର୍ବରୁ କାନ୍ତିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ହେଲେ ସେଠାରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର ସହ ବିଭିନ୍ନ ଅଭିଯୋଗ ତାଙ୍କ ନାମରେ ଆସିବାରୁ ତାଙ୍କୁ କରଂଜାଡ଼ିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଶିକ୍ଷା ଅଧିକାରୀ ସ୍ଥାନାନ୍ତର କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକ ସେ ବିଦ୍ୟାଳୟକୁ ଯାଉନାହାନ୍ତି କି ଅଧିକାରୀଙ୍କ କୌଣସି ନିର୍ଦେଶକୁ ମାନୁ ନାହାନ୍ତି । ଫଳରେ ବ୍ଲକ ଶିକ୍ଷା ଅଧିକାରୀ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।  

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ